(Video) ହିସାବ ବରାବର; ଗୋବର ଲିପି ବଦଲା ନେଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର, ହୋଶ ଉଡ଼ାଇ ଦେବ କାରନାମା….
ଗୋବର ପାଇଁ ଦିଲ୍ଲୀ କଲେଜରେ କଳି, ଜାଣନ୍ତୁ
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ଅଧ୍ୟକ୍ଷ ରୌନକ କ୍ଷେତ୍ରୀ ଲକ୍ଷ୍ମୀବାଇ କଲେଜରେ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟର କାନ୍ଥରେ ଗାଈ ଗୋବର ଲିପିଛନ୍ତି।
ଏହି ଭିଡିଓ ଖୁବ ଜୋରରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରୌନକଙ୍କ ଏହି ପଦକ୍ଷେପ ଲକ୍ଷ୍ମୀବାଇ କଲେଜର ସେହି ପ୍ରିନ୍ସିପାଲଙ୍କ ବିରୋଧରେ ହୋଇଛି ଯିଏ କିଛି ଦିନ ତଳେ କଲେଜର କାନ୍ଥରେ ଗାଈର ଗୋବରରେ ଲିପିଥିଲେ।
ସୂଚନାନୁଯାୟୀ, ଲକ୍ଷ୍ମୀବାଇ କଲେଜର ପ୍ରିନ୍ସିପାଲ ପ୍ରତ୍ୟୁଷ ବତ୍ସଲା କଲେଜ ଶିକ୍ଷକଙ୍କ ଗ୍ରୁପରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ସେ କ୍ଲାସ ରୁମ ଭିତରେ ଗୋବର ଲିପୁଥିବାର ଦେଖାଇଥିଲେ।
कुछ दिन पहले आप सभी ने लक्ष्मीबाई कॉलेज की प्राचार्या का वो ऐतिहासिक वीडियो देखा होगा, जिसमें वो कक्षा में गोबर लीपती नज़र आई थीं!
अब इस क्रांतिकारी पहल को आगे बढ़ाते हुए, मैं अपने साथियों के साथ गोबर लेकर मैडम के ऑफिस जाऊँगा और उनके प्राचार्य कक्ष को लीपने में पूरी मदद करूँगा।… pic.twitter.com/kdz4giCHnq
— Ronak Khatri (@ronak_khatrii) April 15, 2025
ବତ୍ସଲା ଏଭଳି କରିବା ପଛର କାରଣ କହିଥିଲେ ଯେ, ସି ବ୍ଲକରେ ଗରମର ଅଭିଯୋଗ ପାଇଁ ଦେଶୀ ଉପାୟ କରାଯାଉଥିଲା।
ଏହି ମାମଲାକୁ ନେଇ ଡିୟୁ ଛାତ୍ର ସଂଘର ଅଧ୍ୟକ୍ଷ ରୌନକ କ୍ଷେତ୍ରୀ କହିଛନ୍ତି ଯେ, ଏକିଛି ଦିନ ପୂର୍ବରୁ ଆପଣ ସମସ୍ତେ ଲକ୍ଷ୍ମୀବାଇ କଲେଜର ପ୍ରିନ୍ସିପାଲଙ୍କ ଐତିହାସିକ ଭିଡିଓ ଦେଖିଥିବେ, ଯେଉଁଥିରେ ସେ କ୍ଲାସରୁମରେ ଗୋବର ଲିପୁଥିବାର ନଜର ଆସିଥିଲେ।
ବର୍ତ୍ତମାନ ଏହି କ୍ରାନ୍ତିକାରୀ ପଦକ୍ଷେପକୁ ପ୍ରୋତ୍ସହିତ କରି, ମୁଁ ନିଜ ସାଙ୍ଗମାନଙ୍କ ସହ ଗୋବର ନେଇ ମାଡାମଙ୍କ ଅଫିସ ଯିବି ଏବଂ ତାଙ୍କ ପ୍ରିନ୍ସିପାଲଙ୍କ ଚାମ୍ବରର କାନ୍ଥକୁ ସେଥିରେ ଲିପିବାରେ ସାହାଯ୍ୟ କରିବି।
VIDEO | Delhi University Students Union (DUSU) president Ronak Khatri smears cow dung on the walls of the principal’s office at Lakshmibai College.
(Full video available on PTI Videos – https://t.co/n147TvrpG7) pic.twitter.com/by5B6msIAl
— Press Trust of India (@PTI_News) April 15, 2025