fbpx

Electric Vehicle କିଣିବା ହେବ ଆହୁରି ସହଜ, ସରକାରୀ e-Amrit App ରେ ମିଳୁଛି ଶସ୍ତା ଋଣ

ନୂଆଦିଲ୍ଲୀ: ଗାଡ଼ି କିଣିବାର ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସିଖବର। ଯେଉଁ ଲୋକେ ଗାଡ଼ି କିଣିବାକୁ ଚାହୁଁଛନ୍ତି, ସେହି ଲୋକଙ୍କୁ e-AMRIT App ରେ ଲୋନ ମିଳୁଛି। ଏହି ଆପ ମାଧ୍ୟମରେ କୌଣସି ଇଲେକ୍ଟ୍ରିକ ବାଇକ, ସ୍କୁଟି ଏବଂ ଗାଡ଼ି କିଣିବା ଲାଗି ଲୋନ ନେଇପାରିବେ। ଏଥିସହ ଏହି ଆପ ଇଲେକ୍ଟ୍ରିକ ଯାନ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ଦେଇଥାଏ। ଆସନ୍ତୁ ଜାଣିବା କିପରି ଆବେଦନ କରିବେ ଏହି ଲୋନ..

ଦେଶରେ ଇଲେକ୍ଟ୍ରିକ ଗାଡିକୁ ପ୍ରୋତ୍ସାହିତ କରିବା ଲାଗି ସରକାର ସଚେତନମୂଳକ ଅଭିଯାନ ଚଳାଇଛନ୍ତି। ଏଥିପାଇଁ ସରକାର ଇ-ଅମୃତ ନାମରେ ଏକ ଆପ ଲଞ୍ଚ କରିଥିଲେ। ଏହି ଆପର ଉଦ୍ଦେଶ୍ୟ ଇଲେକ୍ଟ୍ରିକ ଯାନ ସହ ଜଡିତ ସମସ୍ତ ସୂଚନା ଦେବା। e-AMRIT App ନିତି ଆୟୋଗ ଏବଂ ୟୁକେ ସରକାର ମିଶି ଆରମ୍ଭ କରିଥିଲେ। ଏହି ଆପର ଉଦ୍ଦେଶ୍ୟ ଇଭିର ଫାଇଦା, କିପରି ସଞ୍ଚୟ ହେବ ଏବଂ ଇଲେକ୍ଟ୍ରିକ ଗାଡି ବିକାଶର ସୂଚନା ଦେବା।

କେତେ ଦରରେ ମିଳିବ ଋଣ:
-ଗୁଗଲରେ ସର୍ଚ୍ଚ କରନ୍ତୁ e-AMRIT।
-e-AMRIT ନାମରେ ସର୍ବପ୍ରଥମେ ଆସୁଥିବା ଲିଙ୍କକୁ ଓପେନ କରନ୍ତୁ।
-ଏହାପରେ ଉପର ସାଇଡରେ ଗୋଇଙ୍ଗ ଇଲେକ୍ଟ୍ରିକ ନାମରେ ଅପସନ ଦେଖିବାକୁ ମିଳିବ, ଏହା ଉପରେ କ୍ଲିକ କରନ୍ତୁ।
-ଫାଇନାନସିଙ୍ଗ ଅପସନରେ କ୍ଲିକ କରନ୍ତୁ, ଏହାପରେ ତିନୋଟି କାଟାଗୋରୀ ସିଲେକ୍ଟ କରନ୍ତୁ।
-ସର୍ବ ପ୍ରଥମେ ଫାଇନାନସିଆଲ ଟାଇପ, ନିଜର ହ୍ୱିକଲ ଏବଂ ବ୍ୟାଙ୍କ ଚୟନ କରନ୍ତୁ।
-ଏହାପରେ ଆପଣଙ୍କ ସ୍କ୍ରିନ ଉପରେ କିଛି ବ୍ୟାଙ୍କ ନାମ ଆସିବ। ଏହାପରେ ଆପଣଙ୍କୁ ଆପ୍ଲାଏ କରିବା ଲାଗି ଲିଙ୍କ ଦିଆଯିବ। ଯେଉଁଥିରେ ବ୍ୟାଙ୍କରେ ମଧ୍ୟ ଲୋନ ଆପ୍ଲାଏ କରିବାକୁ ହେବ। ଏହା ଦ୍ୱାରା ପ୍ରତି ବ୍ୟାଙ୍କରେ ଲୋନରେ ଭିନ୍ନ ଇଣ୍ଟରେଷ୍ଟ ଦିଆଯାଇଥାଏ। ଏହା ୭ ପ୍ରତିଶତରୁ ଆରମ୍ଭ ହୋଇପାରେ।

Get real time updates directly on you device, subscribe now.