ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା, ଫେକ୍‌ ଜବ୍‌ କାର୍ଡ ଧରିବାକୁ ଆରମ୍ଭ ହେବ e-KYC

୩ ମାସ ଭିତରେ ଜବ୍‌ କାର୍ଡ e-KYC ନକଲେ କଟିବ ଜବ୍‌ କାର୍ଡ ।

ଭୁବନେଶ୍ବର: ନକଲି ଜବ କାର୍ଡ ହାତେଇବାରେ ଓଡ଼ିଶା ଦ୍ବିତୀୟ  ସ୍ଥାନରେ ରହିଛି । ଏହାରି ଭିତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ।

ଫେକ୍‌ କାର୍ଡଧାରୀଙ୍କୁ ଧରିବାକୁ ଆରମ୍ଭ ହେବ e-KYC । ତେବେ ଯେଉଁ ବ୍ୟକ୍ତି 3 ମାସ ଭିତରେ e-KYC କରିବେ ନାହିଁ ସେମାନଙ୍କର ଜବ୍ କାର୍ଡ କଟାଯିବ ବୋଲି ମନ୍ତ୍ରୀ କହିଛନନ୍ତି ।

ମନ୍ତ୍ରୀ ରବି ନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ବାହାର କରିଛନ୍ତି ଫେକ୍‌ ଜବ୍‌ କାର୍ଡ । ଏହାର ଅଧିକାରୀ କିଏ ଥିଲେ, ଯିଏ ଶାସନ କରୁଥିଲେ ଉତ୍ତର ଦେବେ । ସରକାର ବର୍ଷେ ଭିତରେ ୨ ଲକ୍ଷ ଜବ୍‌ କାର୍ଡ ଦେଇଛନ୍ତି ।

ପ୍ରକାଶଥାଉକି, ଲୋକସଭାରେ ଟିଏମସି ସାଂସଦ ମାଲା ରାୟଙ୍କ ପ୍ରଶ୍ନରେ ଚାଞ୍ଚଲ୍ୟକର ଲିଖିତ ଉତ୍ତର ରଖିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶୱାନ୍‌ । ନକଲି ଜବ କାର୍ଡ ହାତେଇବାରେ ଓଡ଼ିଶା ଦ୍ବିତୀୟ  ସ୍ଥାନରେ ରହିଛି ।

୨୦୨୪-୨୫ ବର୍ଷରେ ଓଡିଶାରୁ ୭ ହଜାର ୫୬୬ ନକଲି ଜବ କାର୍ଡ ଧରାପଡ଼ିଛି । ପ୍ରଥମ ସ୍ଥାନରେ ରହିଛି ବିହାର, ଏହାର ପଛକୁ ରହିଛି ଓଡ଼ିଶା । ତିନି ନମ୍ବରରେ ଆସାମ, ଚାରି ନମ୍ବରରେ ଛତିଶଗଡ଼ ଥିବା ବେଳେ ପାଞ୍ଚ ନମ୍ବରରେ ରହିଛି ତାମିଲନାଡୁ ।