fbpx

ଅଜବ ଘଟଣା: ଗାର୍ଲଫ୍ରେଣ୍ଡଙ୍କ ସହିତ ୧୦ ମିନିଟ୍ ପର୍ଯ୍ୟନ୍ତ କିସ୍ କଲେ ଯୁବକ, ଶେଷରେ ଫାଟିଗଲା କାନର ପରଦା

ନୂଆଦିଲ୍ଲୀ: ଅନେକ ସମୟରେ କିଛି ପ୍ରେମୀ ଯୁଗଳ ପ୍ରେମରେ ଏତେ ମସଗୁଲ ହୋଇଯାଆନ୍ତି ସେମାନେ ସ୍ଥାନ, କାଳ ଆଉ ପାତ୍ର ବିଷୟରେ କିଛି ଜାଣି ପାରନ୍ତି ନାହିଁ । ଅନେକ ଯୁବକ, ଯୁବତୀ ପ୍ରେମର ମଜା ନେବା ପାଇଁ ଅନେକ ସମୟରେ ଉଚ୍ଚ ପାହାଡ଼ରେ ମଧ୍ୟ ପ୍ରେମ ନିବେଦନ କରିଥାନ୍ତି । ଏଥିପାଇଁ ଅନେକଙ୍କର ଅକାଳରେ ଜୀବନ ମଧ୍ୟ ଚାଲି ଯାଇଛି । ତେବେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା ।

ସୂଚନା ମୁତାବକ, ଅଗଷ୍ଟ ମାସ ୨୨ ତାରିଖରେ ଚୀନରେ ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଇଥାଏ । ଏହି ଅସରରେ ପ୍ରେମୀ ଯୁଗଳ ଏକ ହ୍ରଦ ନିକଟରେ ପରସ୍ପର ସହ ଗଭୀର ପ୍ରେମରେ ନିମଗ୍ନ ହୋଇଯାଇଥିଲେ । ପ୍ରେମିକ ଜରଙ୍କ ତାଙ୍କ ପ୍ରେମିକାଙ୍କ ସହ ପାଖାପାଖି ୧୦ ମିନିଟ୍ ପର୍ଯ୍ୟନ୍ତ କିସରେ ମଗ୍ନ ରହିଥିଲେ । ଦୁହିଁଙ୍କ ମଧ୍ୟରେ ଏହି ଚୁମ୍ବନ ଦିଆନିଆ ଏତେ ଗଭୀର ହୋଇଯାଇଥିଲା ଯେ, ଶେଷରେ କିସ୍ କରୁ କରୁ ଯୁବକଙ୍କର କାନର ପରଦା ଫାଟି ଯାଇଥିଲା ।

ଏହାପରେ ଯୁବକଙ୍କୁ ସଙ୍ଗେସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯୁବକଙ୍କର କାନର ପରଦା ଫାଟି ଯାଇଥିବାରୁ ସେ ସମ୍ଭବତଃ ନିଜର ଶ୍ରବଣ ଶକ୍ତି ହରାଇ ବସିଥିଲେ । ଦୁହେଁ କିସ କରୁଥିବା ସମୟରେ କିଛି ଅଜବ ପ୍ରକାରର ଶବ୍ଦ ଶୁଣିବାକୁ ମିଳିଥିଲା । ଯୁବକଙ୍କ କାନର ପରଦା ଫାଟି ଯାଇଥିବାରୁ ଏହି ଶବ୍ଦ ଶୁଣିବାକୁ ମିଳିଥିବା ପରେ ଜଣାପଡ଼ିଥିଲା । ତେବେ ଯୁବକଙ୍କୁ ଆରୋଗ୍ୟ ହେବାକୁ ପାଖାପାଖି ୨ ମାସ ସମୟ ଲାଗିପାରେ ବୋଲି ମେଡିକାଲର ଡାକ୍ତର ସୂଚନା ଦେଇଛନ୍ତି । ପାର୍ଟନର ଗଭୀର ଶ୍ୱାସ ନେଉଥିବା ସମୟରେ ଅସନ୍ତୁଳନ ସୃଷ୍ଟି ହୋଇପାରେ, ଫଳରେ ଏହାରର ପ୍ରଭାବ କାନ ଉପରେ ପଡ଼ିବା ସହ କାନର ପରଦା ଫାଟି ଯାଇପାରେ । ତେବେ କିଛିଦିନ ପୂର୍ବରୁ ଦକ୍ଷିଣ ଚୀନରେ ମଧ୍ୟ ଏପରି ଏକ ମାମଲା ଦେଖିବାକୁ ମିଳିଥିଲା । ଘରେ ବସି ଟିଭି ଦେଖୁଥିବା ସମୟର ଜଣଙ୍କର କାନର ପରଦା ଫାଟି ଯାଇଥିଲା । କେବଳ କିସିଂ ନୁହେଁ, ୱାଟର ଡାଇଭିଂ, ଫ୍ଲାଇଙ୍ଗ, ଲଢ଼େଇ-ଝଗଡ଼ା, ସଡ଼କ ଦୁର୍ଘଟଣା କାରଣରୁ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇପାରେ ।

Get real time updates directly on you device, subscribe now.