fbpx

ମେହେନ୍ଦୀ ଚାଷ: କମ ନିବେଶରେ ମେହେନ୍ଦୀ ଚାଷରୁ କରନ୍ତୁ ଲକ୍ଷାଧିକ ଲାଭ

Advertisement

ପାରମ୍ପରିକ ଚାଷ ପ୍ରଣାଳୀରୁ ବାହାରି ଯଦି କୃଷି କାର୍ଯ୍ୟ କରାଯାଏ ତେବେ କୃଷକ ଭଲ ଲାଭ ପାଇପାରିବେ । ଭାରତ ଏକ କୃଷି ପ୍ରଧାନ ଦେଶ, ପ୍ରାୟ ୫୫-୬୦ ଭାଗ ଜନସଂଖ୍ୟା କୃଷି ଉପରେ ନିର୍ଭର କରିଥାନ୍ତି । ଏହା ପରେ ମଧ୍ୟ ଚାଷ କୃଷକଙ୍କୁ ଲାଭ ଦେଉନଥିବା ବୋଲି କୁହାଯାଏ । ଏହାର ବଡ଼ କାରଣ ହେଉଛି ଫସଲର ଉଚିତ୍ ଦାମ ନମିଳିବା । କିନ୍ତ ଅନେକ ଚାଷୀ ଅଛନ୍ତି ଯେଉଁମାନେ ପାରମ୍ପରିକ ଚାଷରୁ ବାହାରି ଲକ୍ଷ-କୋଟି ଟଙ୍କା ରୋଜଗାର କରୁଛନ୍ତି ।

ଏମିତିରେ ଅନେକ ଗଛ ରହିଛି ଯାହାକୁ ଲଗାଇ ଆପଣ ମାଲାମାଲ ହୋଇପାରିବେ । ମେହେନ୍ଦୀ ଏହି ପରି ଏକ ଗଛ । ମେହେନ୍ଦୀ ପତ୍ର ପାଇଁ ଚାଷ କରାଯାଏ । ଯାହା ଚୁଟି ତଥା ରଙ୍ଗ ପାଇଁ ବ୍ୟବହାର କରାଯାଏ । ଶୁଭ ଅବସରରେ ମେହେନ୍ଦୀର ବ୍ୟବହାର ହୋଇଥାଏ । ମେହେନ୍ଦୀର ପତ୍ରକୁ ବାଟି ଏହାକୁ ହାତ ଏବଂ ଗୋଡ଼ରେ ଲଗାଯାଏ । ସେହିପରି ଚୁଟିକୁ କଲର କରିବା ପାଇଁ ଏହାର ବ୍ୟବହାର କରିଥାନ୍ତି । ଏହାକୁ ରୂପି ସମସ୍ୟାରୁ ମଧ୍ୟ ମୁକ୍ତିପାଇଁ ବ୍ୟବହାର କରାଯାଏ, ଏହାର ପତ୍ର ଚର୍ମ ରୋଗ ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ । ସମଗ୍ର ଦେଶରେ ମେହେନ୍ଦୀ ଚାଷ କରାଯାଏ । କିନ୍ତୁ ରାଜସ୍ଥାନର ପାଲୀ ଜିଲ୍ଲା ଏହାର ଉତ୍ପାଦନର ମୁଖ୍ୟ କେନ୍ଦ୍ର ଅଟୋ । ଏଠାରେ ପ୍ରାୟ ୪୦ ହଜାର ହେକ୍ଟରରେ ମେହେନ୍ଦୀ ଚାଷ କରାଯାଏ ।

ତେବେ ଏହି ଚାଷ ପାଇଁ ମୌସୁମୀ ସମୟରେ କ୍ଷେତରେ ବାଡ଼ ବାନ୍ଧି ଖେତକୁ ସମତଳ କରନ୍ତୁ । ଏହା ପରେ ଡିସ୍କ କିମ୍ବା କଲ୍ଟିଭେଟରରେ ହଳ କରି ଭୁମିକୁ ହଳ କରନ୍ତୁ । ହଳ ପରେ ୧୦-୧୫ ଟନ ଖତ ପକାନ୍ତୁ । ଏମିତିରେ ତ’ ମେହେନ୍ଦୀ ବିଭିନ୍ନ ଜଳବାୟୁରେ ଚାଷ କରିହେବ କିନ୍ତୁ ଏହାର ଗଛ ଶୁଷ୍କ ଏବଂ ଉଷ୍ଣକଟିବନ୍ଧୀୟ ଏବଂ ସାମାନ୍ୟ ଗରମ ଜଳବାୟୁରେ ଭଲ ଭାବରେ ବଢ଼ିଥାଏ ।

ମେହେନ୍ଦୀ ଗଛକୁ ଆପଣ ପ୍ରସ୍ତୁତ କରିପାରିବେ କିମ୍ବା ନର୍ସରୀରୁ ଚାରା କିଣିପାରିବେ । ବ୍ୟବସାୟ କ୍ଷେତ୍ରରେ ଚାରାରୋପଣ ହିଁ ସର୍ବୋତ୍ତମ । ଏକ ହେକ୍ଟର ଜମିରେ ଗଛ ଲଗାଇବା ପାଇଁ ପ୍ରାୟ ୬ କିଲୋ ମଞ୍ଜିରୁ ପ୍ରସ୍ତୁତ ହୋଇଥିବା ଚାରା ପର୍ଯ୍ୟାପ୍ତ ହେବ । ଏହାର କିଆରୀ ଭଲ ଭାବରେ ପ୍ରସୁତ କରୀ ମାର୍ଚ୍ଚ ମାସରେ ଗଛ ଲଗାନ୍ତୁ । ମେହେନ୍ଦୀ ଗଛ ଏକ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏପ୍ରିଲରେ ଏଥିରେ ଫୁଲ ଆସିବା ଆରମ୍ଭ ହୋଇଯାଇଥାଏ । ଥରେ ଗଛ ପ୍ରସ୍ତୁ ହୋଇଗଲେ ଗୋଟିଏ ଗଛରୁ ୨୦ ରୁ ୨୫ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ । ମେହେନ୍ଦୀ କିଆରୀର ଦୁଇ ଧାଡ଼ି ମଧ୍ୟରେ ଖରିଫ୍ କିମ୍ବା ରବି ଋତୁରେ ଡାଲି ଜାତୀ ତଥା କମ ଉଚ୍ଚତା ଥିବା ଫସଲ ଲଗାଇ ଅତିରିକ୍ତ ଆୟ କରାଯାଇପାରିବ ।

ପ୍ରଥମ ବର୍ଷରେ ମେହେନ୍ଦୀର କ୍ଷମତାର କେବଳ ୫-୧୦% ଉତ୍ପାଦନ ପ୍ରାପ୍ତ ହୋଇପାରିବ । ମେହେନ୍ଦୀ ଫସଳ ରୋପଣର ୩-୪ ବର୍ଷ ପରେ ନିଜ କ୍ଷମତାର ପୂରା ଉତ୍ପାଦନ ମିଳିଥାଏ । ଫସଲରୁ ପ୍ରତି ବର୍ଷ ପ୍ରାୟ ୧୫-୨୦ କ୍ୱିଣ୍ଟାଲ ପ୍ରତି ହେକ୍ଟର ଶୁଖିଲା ପତ୍ର ଉତ୍ପାଦନ ହୋଇଥାଏ ।

Get real time updates directly on you device, subscribe now.