fbpx

(video)ସାମ୍ନାକୁ ଆସିଲା ପୃଥିବୀରେ ଦିନ ଓ ରାତିର ମିଳନର ଫଟୋ, ୟୁରୋପୀୟ ସ୍ପେସ୍ ଏଜେନ୍ସୀ ମହାକାଶରୁ ଜାରି କଲା ଭିଡିଓ

Advertisement

ନୂଆଦିଲ୍ଲୀ: ଯେତେବେଳେ ରାତି ଓ ଦିନର ମିଳନ ହୋଇଥାଏ ଏବଂ ଶୀତର ଆଗମନ ହୋଇଥାଏ ସେତେବେଳେ ଆମ ପୃଥିବୀ କେମିତି ଦେଖାଯାଇଥାଏ । ଏହି ଉତ୍ସୁକତା ନିଶ୍ଚୟ ସମସ୍ତଙ୍କ ମନ ମଧ୍ୟରେ ଭରି ରହିଥିବ । ତେବେ ୟୁରୋପୀୟ ସ୍ପେସ୍ ଏଜେନ୍ସୀ ଶନିବାର ଏ ସଂପର୍କିତ ଏକ ଫଟୋ ଜାରି କରିଛି ।

(X) ରେ ସେୟାର କରାଯାଇଥିବା ଏହି ଫଟୋରେ ଦେଖିବାକୁ ମିଳୁଛି ସୂର୍ଯ୍ୟ ମହାକାଶରେ ଭୂମଧ୍ୟରେଖା ଅତିକ୍ରମ କରୁଛନ୍ତି ଓ ଉତ୍ତର ଗୋଲାର୍ଦ୍ଧରେ ଶରତ ଋତୁର ଆଗମନ ହେଉଛି । ଫଟୋକୁ ସେୟାର କରି ୟୁରୋପୀୟ ସ୍ପେସ୍ ଏଜେନ୍ସୀ ଲେଖିଛି ଶୀତ ଦିନ ଆସୁଛି । ଦିନ ଓ ରାତି ଆଜି ଦୁଇ ଭାଗରେ ବିଭକ୍ତ ହେଉଛି । ସୂର୍ଯ୍ୟ ୦୭;୫୦ ବିଏସଟି/୦୮:୫୦ ସିଇଏସଟିରେ ମହାକାଶରେ ଭୂମଧ୍ୟ ରେଖା ପାର କରିଛି ଯାହା ଉତ୍ତର ଗୋଲାର୍ଦ୍ଧରେ ଶରତ ଋତୁର ଆଗମନର ସୂଚନା ଦେଉଛି । ଏହି ଫଟୋ ଆଜି ସକାଳେ ମାଟେଓସାଟ ସାଟେଲାଇଟ ଜରିଆରେ ନିଆଯାଇଛି ।

ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରାଯିବା ପରେ ବହୁ ସଂଖ୍ୟାରେ ୟୁଜର୍ସ ଏହା ଉପରେ ନିଜର ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି । ଏହାକୁ ସମସ୍ତେ ରୋଚକ ପୋଷ୍ଟ ବୋଲି କହୁଛନ୍ତି । ଏହା ପୃଥିବୀର ବହୁତ ସୁନ୍ଦର ଓ ଆକର୍ଷଣୀୟ ଫଟୋ ୟୁଜର୍ସ ମତ ରଖିଛନ୍ତି ।

ସ୍ପେସ୍ ଡଟକମ୍ ଅନୁସାରେ ଶରତ ଋତୁ ଉତ୍ତର ଗୋଲାର୍ଦ୍ଧରେ ଓ ବସନ୍ତ ଋତୁ ଦକ୍ଷିଣ ଗୋଲାର୍ଦ୍ଧରେ ଆରମ୍ଭ ହୋଇଯାଇଛି । ସୂର୍ଯ୍ୟ ଏବେ ଦକ୍ଷିଣ ଆଡକୁ ଯାତ୍ରା କରୁଛନ୍ତି । ଗତ ୬ ମାସ ଧରି ଆମ ଗ୍ରହରେ ଉତ୍ତର ଭାଗରେ ଚମକୁଥିବା ନଜର ଆସିଥିଲେ । ଏହି କାରଣରୁ ଶରତ ଋତୁ ଆରମ୍ଭର ସମୟ ଆସିଯାଇଛି ।

Get real time updates directly on you device, subscribe now.