ନୂଆଦିଲ୍ଲୀ: ରାତିରେ ଥରି ଉଠିଲା ଜମ୍ମୁକାଶ୍ମୀର । ଏନେଇ ନାସନାଲ ସେଣ୍ଟର ଫର ସାମସୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ବାରାମୂଳାରେ ରିକ୍ଟର ସ୍କେଲରେ ତୀବ୍ରତା 4.0 ରେକର୍ଡ କରାଯାଇଛି । ଆଜି ରାତି 9ଟା 6 ମିନିଟରେ ଭୂକମ୍ପ ହୋଇଥିବା ନେଇ ସୂଚନା ଦିଆଯାଇଛି । ତେବେ ଭୂକମ୍ପ କାରଣରୁ କୌଣସି ଧନଜୀବନହାନୀ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଭୂକମ୍ପ ସମୟରେ ଲୋକେ ଘରେ ରହିଥିବା ବେଳେ ହଠାତ୍ ବାହାରକୁ ଚାଲିଆସିଥିଲେ । ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଥିଲା । ଭୂକମ୍ପର କେନ୍ଦ୍ର 10 କିଲୋମିଟର ରହିଥିବା ନେଇ କୁହାଯାଇଛି । ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ସେୟାର କରାଯାଇଛି । କିଛି ସମୟ ପାଇଁ ଲୋକେ ଚିତ୍କାର କରୁଥିବା ଦେଖାଯାଇଥିଲା । ଘରଗୁଡିକ ମଧ୍ୟ ଦୋହଲିଯାଇଥିଲା ।
ଏହାପୂର୍ବରୁ 20 ଅକ୍ଟୋବରରେ ଦୋଡା, ଜାମ୍ମୁ କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଥିଲା। 19-20 ଅକ୍ଟୋବର ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା 3.7 ରେ ମାପ କରାଯାଇଥିଲା । ନଭେମ୍ବର 19 ତାରିଖରେ ଦୋଡା ଠାରେ 4.3 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା । ଚେନାବା ଉପତ୍ୟକାରେ ରାତି ପ୍ରାୟ 6.15 ସମୟରେ ପ୍ରବଳ କମ୍ପନ ହୋଇଥିଲା। ଅକ୍ଟୋବର 13 ରେ ମଧ୍ୟ ଲୋକମାନେ ଡୋଡାରେ ଭୂକମ୍ପ କମ୍ପନ ଅନୁଭବ କରିଥିଲେ ।
जम्मू-कश्मीर में भूकंप के झटके
शुक्रवार, 27 दिसंबर को जम्मू-कश्मीर में 4.1 तीव्रता का भूकंप दर्ज किया गया। नेशनल सेंटर फॉर सीस्मोलॉजी के अनुसार, भूकंप के झटके महसूस किए गए।
.
.
.
.
.#Earthquake#BreakingNews#NaturalDisaster#EarthquakeAlert#WorldNews #INDvsAUS pic.twitter.com/kseHrvJCoP— Krishan G (@Krish_g47) December 27, 2024