ନୂଆଦିଲ୍ଲୀ: ମିଆଁମାରରେ ଭୂକମ୍ପ ଝଟକା । ଥରିଲା ମାଟି । ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ତୀବ୍ରତା 4.8 ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ସୂଚନା ଦିଆଯାଇଛି ।
ବିଳମ୍ବିତ ରାତିରେ ମିଆଁମାରରେ ରିକ୍ଟର ସ୍କେଲରେ 4.8 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିଛି । NCS ଅନୁଯାୟୀ, ୪.୮ ତୀବ୍ରତାର ଭୂମିକମ୍ପ ବିଳମ୍ବିତ ରାତି ପ୍ରାୟ 12 ଟା 53 ମିନିଟରେ ହୋଇଥିବା କୁହାଯାଉଛି । ତେବେ ଭୂକମ୍ପର ତୀବ୍ରତା 106 କଲୋମିଟର ରେକର୍ଡ କରାଯାଇଛି ।
ସେହିପରି ଏହାର ଅକ୍ଷାଂଶ ୨୪.୬୮ ଏବଂ ୯୪.୮୭ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଥିଲା। ତେବେ ଭୂମିକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି କ୍ଷତିର କୌଣସି ରିପୋର୍ଟ ନାହିଁ । କିମ୍ବା ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ ।
ତେବେ ସୂଚନା ଅନୁସାର, ଏହି ଭୂକମ୍ପର ପ୍ରଭାବ ଉତ୍ତର ଭାରତରେ ମଧ୍ୟ ଦେଖାଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଏହାର ପ୍ରଭାବ ଅନୁଭବ କରିଛନ୍ତି ।
ରାତିରେ ଲୋକେ ଶୋଇଥିବା ବେଳେ ଭୂକମ୍ପ କାରଣରୁ ଲୋକ ଭୟଭୀତ ହୋଇଯାଇଥିଲେ । ଝଟକା, କବାଟ ସବୁ ଦୋହଲି ଯାଇଥିଲା । ବାସନ ସବୁ ତଳେ ଛେଚି ହୋଇଯାଇଥିଲା । ତେବେ ଲୋକେ ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ।