ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା, ୧୦ ସେକେଣ୍ଡ ପାଇଁ ଭୟରେ କମ୍ପିଲେ ଲୋକେ

ଦିଲ୍ଲୀରେ ଭୂମିକମ୍ପ, ଜାଣନ୍ତୁ କେତେ ରହିଛି ତୀବ୍ରତା

ନୂଆଦିଲ୍ଲୀ: ସକାଳୁ ସକାଳୁ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା। ୧୦ ସେକେଣ୍ଡ ପାଇଁ ଅନୁଭୂତ ହେଲା ଝଟକା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ମପାଯାଇଛି। ସକାଳ ୯ଟା ୪ ମିନିଟ୍ ସମୟରେ ଝଟକା ଅନୁଭୂତ ହୋଇଛି। ଥରିଲା ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ।

ଗତକାଲି ସେଣ୍ଟ୍ରାଲ ଆମେରିକାର ଗୁଆଟେମାଲାରେ ଶକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ସେଠାକାର ଘରକୁ ଦୋହଲାଇ ଦେଇଥିଲା। ମିଡିଆ ରିପୋର୍ଟ ମୁତାବକ, ଅଧିକାରୀମାନେ ସେଠାକାର ଲୋକଙ୍କୁ ବଞ୍ଚିବା ପାଇଁ ବିଲ୍ଡିଂକୁ ଖାଲି କରିବାକୁ କହିଥିଲା।

ପ୍ରଥମ ଭୂମିକମ୍ପର ତୀବ୍ରତା ୫.୨ ରହିଥିଲା। ଏହାପରେ ଅନେକ ଝଟକା ଅନୁଭବ କରାଯାଇଥିଲା। ଏଥିରେ ଲୋକେ ଖୁବ ଭୟଭୀତ ହୋଇଯାଇଥିଲେ। ଏହି ଭୂମିକମ୍ପ ଗୁଆଟେମାଲାର ସିଟିରୁ ୬୦ କିମି ଦୂରରେ ଘଟିଥିଲା। ଅନ୍ୟ ଭୂମିକମ୍ପ ଝଟକାର ତୀବ୍ରତା ୩.୯ ଏବଂ ୫.୬ ମପାଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଭୂମିକମ୍ପ ଯୋଗୁଁ କିଛି କୋଠା କ୍ଷତିଗ୍ରସ୍ତ ହୋଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି, ବିପର୍ଯ୍ୟୟ ହ୍ରାସ ପାଇଁ ଜାତୀୟ ସଂଯୋଜକ ଲୋକମାନଙ୍କୁ ଘର ଖାଲି କରିବାକୁ କହିଥିଲେ। ଯେକୌଣସି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଜରୁରୀକାଳୀନ ଟିମଙ୍କୁ ଅନେକ ସ୍ଥାନକୁ ପଠାଯାଇଥିଲା।