fbpx

ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୭.୫

ନୂଆଦିଲ୍ଲୀ: ନୂତନ ବର୍ଷରେ ଜାପାନରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ପଶ୍ଚିମ ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରେକର୍ଡ଼ କରାଯାଇଥିବା ଜାପାନ ମୌସୁମୀ ବିଜ୍ଞାନ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ । ଏହା ସହ ଜାପାନରେ ସୁନାମୀର ଚେତାବନୀ ମଧ୍ୟ ଜାରି କରାଯାଇଛି ।

Get real time updates directly on you device, subscribe now.