fbpx

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଗୁଜୁରାଟ ଭୂକମ୍ପ ଝଟକା, ଜାଣନ୍ତୁ କେତେ ଥିଲା ତୀବ୍ରତା

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଅର୍ଥାତ୍ ୧୪ ଅକ୍ଟୋବରେରେ ବିଶ୍ୱକପର ଏକ ହାଇ ଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଗୁଜୁରାଟର ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଗୁଜୁରାଟର କୁଚରେ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ୨.୬ ବୋଲି ମାପ କରାଯାଇଛି । ଏହା ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ । ତେବେ ଭୂକମ୍ପର ତୀବ୍ରତା ବହୁତ କମ୍ ଥିଲା, ଯେଉଁଥିପାଇଁ ଧନଜୀବନ ନଷ୍ଟ ହୋଇନଥିଲା ।

ସୂଚନାନୁସାରେ, ବିଳମ୍ବିତ ରାତିରେ କୁଚର ଖାୱଡ଼ାରୁ ୧୭ କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାପୂର୍ବରୁ କୁଚରେ ବାରମ୍ବାର ଭୂକମ୍ପ ଅନୂଭୁତ ହୋଇଥିଲା । ଏପରିକି ୧ ସେପ୍ଟେମ୍ବର ୨୦୨୩ ରେ ବିଳମ୍ବିତ ରାତିରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ରାତି ୮:୫୪ ରେ ୪.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଏହାର କେନ୍ଦ୍ର ଦୁଧାଇଠାରୁ ୧୫ କିଲୋମିଟର ଦୂରରେ ଥିଲା । ଏଥି ସହିତ ଦୁଧାଇରେ ମଧ୍ୟ ୩.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା ।

କାହିଁକି କୁଚରେ ବାରମ୍ବାର ଭୂକମ୍ପ ଘଟୁଛି ?
ଗତ ୨୦ ବର୍ଷ ମଧ୍ୟରେ କୁଚରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି । କୁଚ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ଅନୁଯାୟୀ, ଏହା ପଛରେ ମୁଖ୍ୟ କାରଣ ହେଉଛି କୁଚରେ ୪ ଟି ଭୂକମ୍ପ ଫଲ୍ଟ ଲାଇନ୍ ରହିଛି । ଏଥିରେ ଇଣ୍ଡିଆନ୍ ପ୍ଲେଟ୍ ଏବଂ ୟୁରାସିଆନ୍ ପ୍ଲେଟ୍ ର ସୀମା ମଧ୍ୟ ସାମିଲ । ଏହା ପରସ୍ପର ମଧ୍ୟରେ ଧକ୍କା ହୁଅନ୍ତି ଓ ଏହି କାରଣରୁ ଭୂକମ୍ପ ହେବାର ଆଶଙ୍କା ଦେଖାଦେଇଥାଏ ।

Get real time updates directly on you device, subscribe now.