ତିବ୍ଦତ-ନେପାଳ ସୀମାରେ ୭.୧ ତୀବ୍ରତାର ଭୂମିକମ୍ପ, ୯୫ ମୃତ

ଦିଲ୍ଲୀରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଥରି ଉଠିଲା ମାଟି, ୯୫ ମୃତ। ଭୂମିକମ୍ପର କେନ୍ଦ୍ର ତିବ୍ଦତ-ନେପାଳ ସୀମା। ଜାଣନ୍ତୁ କିପରି ଭୂମିକମ୍ପରେ ଆଜିର ଦିନରେ ମରିଥିଲେ ୬୦୦୦ରୁ ଅଧିକ ଲୋକ।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏନସିଆର ସମେତ ଦେଶର ଅନେକ ରାଜ୍ୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହାର କେନ୍ଦ୍ରକୁ ନେପାଳ-ତିବ୍ଦତ ସୀମା ବୋଲି କୁହାଯାଉଛି, ଯାହାର ତୀବ୍ରତା ୭.୧ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୯୫ ଜଣଙ୍କ ଜୀବନ ଯାଇଛି। ଭାରତରେ ଦିଲ୍ଲୀ ଏନସିଆର, ପଶ୍ଚିମବଙ୍ଗ ଓ ବିହାରରେ ଭୂମିକମ୍ପ ଅନୁଭୂତ ହୋଇଛି । ଜାନୁଆରୀ ୭ ତାରିଖ ଅନ୍ୟ ଦୁଇଟି ବଡ଼ ଭୂମିକମ୍ପ ପାଇଁ ମଧ୍ୟ ଜଣାଶୁଣା।

ଆଜିର ଦିନରେ ୧୯୯୪ମସିହାରେ ଆମେରିକା ଓ ୧୯୯୫ମସିହାରେ ଜାପାନ ପୃଥିବୀ ଥରି ଉଠିଥିଲା। ୨୦ ବର୍ଷ ପୂର୍ବେ ଜାପାନରେ ହୋଇଥିବା ଏହି ଭୂମିକମ୍ପରେ ୬,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ପଶ୍ଚିମବଙ୍ଗର ସିଲିଗୁଡ଼ି, ଜଳପାଇଗୁଡ଼ି, ବିହାରରେ ମାଟି ଥରି ଉଠିଥିଲା।

ଥରିଲା ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ସିଲିଗୁଡ଼ିରେ ସକାଳ ୬ଟା ୩୭ମିନିଟରେ ପୃଥିବୀ ୧୫ ସେକେଣ୍ଡ ପାଇଁ ଥରି ଉଠିଥିବା ବେଳେ ଜଳପାଇଗୁଡ଼ିରେ ସକାଳ ୬ଟା ୩୫ରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

ବିହାରର ରାଜଧାନୀ ପାଟନା ବ୍ୟତୀତ ଅନ୍ୟ କେତେକ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଲୋକମାନେ ଶୋଇଥିବାବେଳେ, ହଠାତ୍ ମାଟି ଥରିବାକୁ ଲାଗିଥିଲା।

ଶୀତକୁ ଖାତିର୍ ନକରି ଘରୁ ବାହାରି ଯାଇଥିଲେ। ଏହାର ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆଜିର ଦିନରେ ମରିଥିଲେ ୬୦୦୦ରୁ ଅଧିକ ଲୋକ: ୧୯୯୪ ମସିହା ଆଜିର ଦିନରେ ନର୍ଥରିଜ୍ ଭୂମିକମ୍ପ ଲସ୍ ଆଞ୍ଜେଲସକୁ ଦୋହଲାଇ ଦେଇଥିଲା।

୬.୭ ତୀବ୍ରତାର ଏହି ଭୂମିକମ୍ପରେ ୫୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାବ୍ୟତୀତ ୯ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏକ ଆକଳନ ଅନୁଯାୟୀ ଏହି ଭୂମିକମ୍ପରେ ୨୫ ବିଲିୟନ ଡଲାର ର କ୍ଷୟକ୍ଷତି ହୋଇଥିଲା ।

୧୯୯୫ ମସିହାରେ ଜାପାନର କୋବେ (କୋହ-ବେ) ସହରରେ ୭.୨ ତୀବ୍ରତାର ଭୂମିକମ୍ପରେ ୬,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।