fbpx

ଭୂକମ୍ପରେ ଥରିଲା ଦିଲ୍ଲୀ, ଜମ୍ମୁ କଶ୍ମୀର ଓ ହରିୟାଣା

ନୂଆଦିଲ୍ଲୀ: ଆଜି ଜମ୍ମୁ କଶ୍ମୀରରେ ଭୂକମ୍ପ ଝଟକା ଦେଖିବାକୁ ମିଳିଛି । ଜମ୍ମୁ କଶ୍ମୀରରୁ ଆରମ୍ଭ କରି ହରିୟାଣା ଓ ଦିଲ୍ଲୀ ଏନସିଆର ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସକାଳ ୯ଟା ୪୬ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ରହିଥିଲା । ଏହି ଭୂକମ୍ପର ଉତ୍ପତ୍ତି ସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ କ୍ଷେତ୍ର ବୋଲି ଜଣାପଡ଼ିଛି । ଭୂକମ୍ପ ପରେ ଲୋକମାନେ ନିଜ ନିଜ ଘରୁ ବାହାରକୁ ବାହାରି ଆସିଥିଲେ ।

ଗତ ବର୍ଷ ମେ ମାସରେ ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଥିଲା । ସକାଳ ସମୟରେ ଧର୍ମଶାଳାରେ ଭୂକମ୍ପ ଝଟକା ଫଳରେ ରିକ୍ଟର ସ୍କେଲରେ ତୀବ୍ରତା ୩ ରେକର୍ଡ କରାଯାଇଥିଲା । ସାଧାରଣତଃ ଭୂକମ୍ପ ଆସିଲେ ଲୋକମାନେ ଘବରାଇ ଯାଇଥାନ୍ତି । ଏହି ସମୟରେ ଯଦି ଆପଣ କୌଣସି ବିଲଡିଂରେ ଥିବେ, ତେବେ ସଙ୍ଗେସଙ୍ଗେ ସେଠାରୁ ବାହାରି ଖୋଲା ସ୍ଥାନକୁ ଚାଲି ଆସିବା ଉଚିତ୍ । ଭୂକମ୍ପ ସମୟରେ କୌଣସି ଘରର ତଳେ କଦାପି ଆଶ୍ରୟ ନିଅନ୍ତୁ ନାହିଁ ।

Get real time updates directly on you device, subscribe now.