fbpx

ସକାଳୁ-ସକାଳୁ ଲଦାଖର କାରଗିଲରେ ଭୂ-କମ୍ପ ଝଟକା: ରେକ୍ଟର ସ୍କେଲରେ ତୀବ୍ରତା ୪.୭

Advertisement

ନୂଆଦିଲ୍ଲୀ: ସକାଳୁ ସକାଳୁ କେନ୍ଦ୍ର ଶଶସିତ ଅଞ୍ଚଳ ଲଦାଖର କାରଗିଲରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ବୋଲି କୁହାଯାଉଛି । ଏହି ଝଟକା ସକାଳ ପ୍ରାୟତଃ ୭ଟା ୩ ମିନିଟ ସମୟରେ ଅନୁଭୂତ ହୋଇଥିଲା ।

ତେବେ ଲଦାଖରୁ ୪୦୧ କିଲୋମିଟର ଉତ୍ତରରେ ଭୂକମ୍ପ ଝଟକା ଲାଗିଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ମୁତାବକ, ଏହି ଭୂକମ୍ପରେ କୌଣସି ମୃତାହତ ହୋଇଥିବା ଖବର ମିଳିପାରି ନାହିଁ ।

ଏହା ପୂର୍ବରୁ ଜମ୍ମୁ-କଶ୍ମୀରରେ ଭୂ-କମ୍ପ ହୋଇଥିଲା । ଭୂ-କମ୍ପର ତୀବ୍ରତା ୩.୨ ରହିଥିଲେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ଏଥିରେ ମୃତାହତ ଓ କ୍ଷୟକ୍ଷତି କିଛି ହୋଇଥିବା ନେଇ ସୂଚନା ମିଳିନଥିଲା । ଲୋକେ ଜୀବନ ବିକଳରେ ଘରୁ ବାହାରକୁ ଦୌଡ଼ିଥିଲେ ।

Get real time updates directly on you device, subscribe now.