ଏହି ଦେଶଗୁଡ଼ିକରେ ସୁନାମି ଆଲର୍ଟ, ସକାଳୁ ସକାଳୁ ଭୂକମ୍ପ ଝଟକାରେ ଲୋକେ ଛାନିଆ: ଆମେରିକାରେ ମଧ୍ୟ ୱାର୍ଣ୍ଣିଂ

ଉତ୍ତର ଆମେରିକାରେ ଶନିବାର ଦିନ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଜର୍ମାନ ଗବେଷଣା କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୬.୮୯ ଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳର ଗଭୀରତା ୧୦ କିଲୋମିଟର ତଳେ ଥିଲା । ଏହି ଭୂମିକମ୍ପ ପରେ ଆମେରିକା ସୁନାମି ୱାର୍ଣ୍ଣିଂ ସିଷ୍ଟମ ସୁନାମି ସତର୍କତା ଜାରି କରିଛି । ଆମେରିକୀୟ ଏଜେନ୍ସି କହିଛି ଯେ ପୁଏର୍ତୋ ରିକୋ ଏବଂ ଭର୍ଜିନ୍ ଦ୍ୱୀପପୁଞ୍ଜ ଉପରେ ସୁନାମିର ବିପଦ ରହିଛି ।

ଏହାରି ମଧ୍ୟରେ ୟୁଏସଡିଏସ କହିଛି ଯେ, ଭୂମିକମ୍ପର ତୀବ୍ରତାନ ୭.୬ ଥିଲା । ଏହାର ଗଭୀରତା ଥିଲା ୧୦ କିଲୋମିଟର । ଏପରି ପରିସ୍ଥିତିରେ କାରିବିଆନ ସାଗରରେ ସୁନାମି ଆସିବାର ସମ୍ଭାବନା ରହିଛି ।

କାରିବିଆନ ସାଗର କୂଳରେ ଅବସ୍ଥିତ ଦେଶ ଯେପରିକି ମେକ୍ସିକୋ, କ୍ୟୁବା, ହଣ୍ଡୁରାସ, ବେଲିଜ୍ ଏବଂ ହାଇତିରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏତେ ଶକ୍ତିଶାଳୀ ଭୂମିକମ୍ପ ପରେ ଏହି ଦେଶଗୁଡ଼ିକରେ ଆତଙ୍କ ଖେଳିଯାଇଥିଲା ।

ବେଲିଜ୍, ବାହାମାସ୍ ଏବଂ ହାଇତି ଉପରେ ମଧ୍ୟ ସୁନାମିର ବିପଦ ଅଛି । ଆମେରିକାର ସୁନାମି ଚେତାବନୀ କେନ୍ଦ୍ର କହିଛି ଯେ ଆମେରିକାରେ ସୁନାମିର କୌଣସି ଆଶଙ୍କା ନାହିଁ । ଏହା ସତ୍ତେ୍ୱ, ଲୋକମାନେ ସତର୍କ ରହିବା ଉଚିତ ।

ଏଜେନ୍ସି ରିପୋର୍ଟ ଅନୁସାରେ, ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୬:୨୫ ମିନିଟରେ ଭୂମିକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ କେମ୍ୟାନ ଦ୍ୱୀପର ଜର୍ଜ ଟାଉନ୍ ଠାରୁ ୧୩୦ ମାଇଲ୍ ଦୂରରେ ଥିଲା । ଏହି ଭୂମିକମ୍ପରେ ହୋଇଥିବା କୌଣସି କ୍ଷୟକ୍ଷତି ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ସଂଘ ମଧ୍ୟ ସୁନାମି ସତର୍କତା ଜାରି କରିଛି । ସେହିପରି ଗ୍ରୀସର ସାଣ୍ଟୋରିନ୍ ଦ୍ୱୀପରେ ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଗତ କିଛି ଦିନ ମଧ୍ୟରେ ଗ୍ରୀସରେ ଅନେକ ଭୂମିକମ୍ପ ହୋଇଛି । ଗୁରୁବାର ସକାଳେ ହିଁ, ସାତ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏତେ ସଂଖ୍ୟକ ଭୂମିକମ୍ପ ଦେଖି ଗ୍ରୀସ୍ ସରକାର ମାର୍ଚ୍ଚ ୩ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଭୂମିକମ୍ପକୁ ଦୃଷ୍ଟିରେ ରଖି ଇସ୍ରାଏଲ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସତର୍କତା ଜାରି କରିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଇସ୍ରାଏଲରୁ ମାତ୍ର ୯୦୦ କିଲୋମିଟର ଦୂରରେ ଥିଲା ।