ସକାଳୁ ସକାଳୁ ବଡ଼ ଭୂମିକମ୍ପ ଝଟକା, ଦୋହଲିଲା ଶତ୍ରୁ ଦେଶ

ଭୟରେ ଘରୁ ବାହାରି ଯିଏ ଯୁଆଡ଼େ ପାରିଲେ ଦୌଡ଼ିଲେ।

ପାକିସ୍ତାନ: ସକାଳୁ ସକାଳୁ ବଡ଼ ଭୂମିକମ୍ପ ଝଟକା। ତୀବ୍ର ଭୂକମ୍ପ ଝଟକାରେ ଥରିଲା ଶତ୍ରୁ ଦେଶ ପାକିସ୍ତାନ। ରବିରା ଦିନ ସକାଳୁ ସକାଳୁ ଏହି ଭୂମିକମ୍ପ ହୋଇଛି।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁସାରେ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୨ ମାପ କରାଯାଇଥିଲା। ଭୋର ୩.୫୪ ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପ ଭୟରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।

ଭୂମିକମ୍ପର କେନ୍ଦ୍ରସ୍ଥଳ: ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି କହିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ଅକ୍ଷାଂଶ: ୩୦.୨୫ ଉତ୍ତର, ଦ୍ରାଘିମା: ୬୯.୮୨ ପୂର୍ବରେ ଥିଲା।

ଏହି ଭୂମିକମ୍ପ ଭୂମିଠାରୁ ୧୫୦ କିଲୋମିଟର ଗଭୀରତାରେ ହୋଇଥିଲା। ଭୂମିକମ୍ପ ଯୋଗୁଁ କେତେ କ୍ଷତି ହୋଇଛି କିମ୍ବା କୌଣସି ଜୀବନହାନି ହୋଇଛି? ପ୍ରାରମ୍ଭିକ ସୂଚନାରେ ଏହା ଜଣା ନାହିଁ।

ପାକିସ୍ତାନରେ ଭୂମିକମ୍ପ: ପୂର୍ବରୁ ମେ ୧୨ ତାରିଖରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା।

ଏହାର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରତାରେ ଥିଲା। ଏହି ଭୂମିକମ୍ପର ଝଟକା କ୍ୱେଟା, ଚମନ ଏବଂ ସିବି ଭଳି ସହରରେ ମଧ୍ୟ ଅନୁଭୂତ ହୋଇଥିଲା।

ପୂର୍ବରୁ, ମେ ୫ ତାରିଖରେ ପାକିସ୍ତାନରେ ୪.୨ ତୀବ୍ରତା ଏବଂ ମେ ୧୦ ତାରିଖରେ ୪.୦ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଥିଲା।