ଓଡିଶା ଭାସ୍କର- ଅଧିକ ଶୀତରେ ମୁହଁ ଫାଟିବା, ମୁହଁରୁ ଚମଡା ଛାଡିବା ଏକ ସାଧାରଣ କଥା । ଏହା ଶୁଷ୍କତା ପାଇଁ ହୋଇଥାଏ । ଏମିତି ହେଲେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧିପାଇଥାଏ । ତେଣୁ ଶୀତରେ ମୁହଁକୁ ଚମକଦାର ଓ ଆକର୍ଷଣୀୟ କରିବାକୁ ଚାହୁଁଥିଲେ ଏହି ୩ଟି କାମ କରନ୍ତୁ । ଏଥିରେ ସ୍କିନ ବଟର ପରି ସପ୍ଟ ହୋଇଯିବ ।
ଶୀତ ଋତୁର ଏକ ଅଲଗା ମଜା ରହିଛି । ହେଲେ ଏହା ଆମ ଚର୍ମକୁ ରୁକ୍ଷ କରି ଚିନ୍ତାରେ ପକାଇଥାଏ । ତେଣୁ ଶୀତରେ ନିଜ ସ୍କିନ ପ୍ରତି ଅଧିକ ଯତ୍ନବାନ ହେବାକୁ ହୋଇଥାଏ । ଶୀତୁଆ ପବନ ତ୍ୱଚାକୁ ଖରାପ କରିଦିଏ । ତ୍ୱଚାରେ ଥିବା ନମନୀୟତା ନଷ୍ଟ କରିଥାଏ । ସ୍କିନ ନିର୍ଜୀବ ହୋଇଯାଏ । ତେଣୁ ସ୍କିନକୁ ହାଇଡେଟ୍ରେଡ ରଖିବା ଜରୁରୀ । ଏଥିପାଇଁ ଶୀତ ଦିନରେ ମଧୟ ଅଧିକ ପାଣି ପିଇବାର ଆବଶ୍ୟକତା ରହିଛି ।
ପାଣିର ଅଭାବ ଶରୀରରେ ଦେଖାଦେଲେ ସ୍କିନର ନମନୀୟତା କମ ହୋଇଥାଏ । ତେଣୁ ଶରୀରରେ ଯେମିତି ପାଣିର ଅଭାବ ନ ହୁଏ ସେଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ।
ଏହା ବ୍ୟତୀତ ତ୍ୱଚା ପାଇଁ ବିଟାମିନ ଇ ଶୀତ ଋତୁରେ ଆବଶ୍ୟକ ହୋଇପଡେ । ଏହି ଭିଟାମିନ ଡ୍ରାଇ ଫ୍ରୁଟ୍ସରେ ଅଧିକ ମାତ୍ରାରେ ରହିଥାଏ । ଡ୍ରାଇ ଫ୍ରୁଟ୍ସର ସେବନ ଶୀତ ଦିନେ ଲାଭଦେଇଥାଏ ।
ଥଣ୍ଡାରେ ତ୍ୱଚାକୁ ହାଇଡେଟ୍ରେଡ ରଖିବାକୁ ଗ୍ରୀନ ଟି, ହର୍ବଲ ଟି ପରି ଡ୍ରିଙ୍କ୍ସ ପିଇବା ଭଲ । ସେହିପରି ଶୀତ ଦିନେ ମୁହଁକୁ ସବୁ ସମୟରେ ମଇସ୍ଚରାଇଜ ରଖିବା ଦରକାର । ଏହା ମୁହଁକୁ ସପ୍ଟ ରଖିଥାଏ । ଶୀତ ଦିନେ ଖରାକୁ ବାହାରିବା ଆଗରୁ ମୁହଁରେ ସନସ୍କ୍ରିନ ବ୍ୟବହାର କରିବା ମଧ୍ୟ ଜରୁରୀ ।
ତେବେ ଏହି ଖବର ସାମାନ୍ୟ ତଥ୍ୟ ଆଧାରିତ । ଏହା ଉପରେ କାମ କରିବା ଆଗରୁ ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନେବା ନିତାନ୍ତ ଜରୁରୀ ।