ଶସ୍ତା ହେବ ବ୍ୟାଙ୍କ ଋଣ, ନିୟନ୍ତ୍ରଣରେ ରହିବ ଦରଦାମ

ଘରୋଇ ବଜାରେ ବିକାଶ ହାର କମିବ । ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହେବ ।

ମୁମ୍ବାଇ: ଶସ୍ତା ହେବ ଋଣ । କମିବ ଇଏମଆଇ ବୋଝ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ପ୍ରମୁଖ ସୁଧ ହାର ରେପୋରେଟକୁ ୦.୨୫ % ଖସାଇ ୬% କରିଛି । ପୂର୍ବରୁ ଏହା ୬.୨୫% ଥିଲା ।

ଏହାଦ୍ୱାରା ଆଗାମୀ ଦିନରେ ଗୃହ, ଯାନ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ଋଣ ଶସ୍ତା ହେବ । ନୂଆ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି ବୈଠକ ପରେ ଆରବିଆଇ ଗଭର୍ନର ସଞ୍ଜୟ ମଲହୋତ୍ରା ଏ ସୂଚନା ଦେଇଛନ୍ତି ।

କମିଟିର ସମସ୍ତ ସଦସ୍ୟ ସୁଧ ହ୍ରାସ ସପକ୍ଷରେ ରହିଥିଲେ । ସୂଚନାଯୋଗ୍ୟ ରେପୋରେଟ୍ ହେଉଛି , ଯେଉଁ ହାରରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଆରବିଆଇଠାରୁ ପାଣ୍ଠି ନେଇଥାନ୍ତି ଏବଂ ଏହାକୁ ସେମାନଙ୍କ ଗ୍ରାହକମାନଙ୍କୁ ହସ୍ତାନ୍ତର କରନ୍ତି ।
ଗଭର୍ଣ୍ଣର ଆଉ ମଧ୍ୟ କହିଛନ୍ତି, ବାଣିଜ୍ୟ ଯୁଦ୍ଧର ପ୍ରଭାବ ଅର୍ଥନୈତିକ ଅଭିବୃଦ୍ଦି ଉପରେ ପଡ଼ିବ । ଏହାଦ୍ୱାରା ଘରୋଇ ବଜାରରେ ବିକାଶର ହାର ପ୍ରଭାବିତ ହେବ ।

ଉଭୟ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ପାଇଁ ଟ୍ରମ୍ପଙ୍କ କ୍ଳ୍ନୀତି ଚିନ୍ତାର ବିଷୟ । ଉଚ୍ଚ ଟାରିଫ ଯୋଗୁ ରପ୍ତାନୀ ଉପରେ ପ୍ରଭାବ ପଡ଼ିବ । ଅଶୋଧିକ ତୈଳ ଦଳ ଖସିବା ଦ୍ୱାରା ଦରଦାମକୁ ନିୟନ୍ତ୍ରଣରେ ରଖାଯାଇ ପାରିବ ।