fbpx

ଚିନ୍ତାର କାରଣ ପାଲଟିଛି କି ମୋଟାପା ? ଏହିଭଳି ଭାବରେ ଖାଆନ୍ତୁ ପିପ୍ପଳି, କମ୍ ସମୟରେ ହୋଇଯିବ ପତଳା ଅଣ୍ଟା

କଥାରେ ଅଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ । ସୁସ୍ଥ ରହିବା ପାଇଁ ସମସ୍ତେ ଚାହାଁନ୍ତି । ତେବେ ବର୍ତ୍ତମାନ ସମୟରେ ମୋଟାପା ଚିନ୍ତାର କାରଣ ପାଲଟିଛି । ଏହି ମୋଟାପଣ କାରଣରୁ ରୋଗ ଖୁବଶୀଘ୍ର ଆମର ଶରୀରରେ ପ୍ରବେଶ କରିଥାଏ । ଲୋକମାନେ ଏହି ମୋଟାପଣରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଖାଉଛନ୍ତି । କିନ୍ତୁ ଏହି ଔଷଧ ଦେହ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ବହୁତ ଲୋକ ଜିମ୍ ଯାଇ ପରିଶ୍ରମ କରି ଓଜନ କମାଇବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ବହୁତ ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନଙ୍କୁ ଜିମ୍ ଯିବାପାଇଁ ସମୟ ମିଳୁନାହିଁ । ତେବେ ଆଜି ଆମେ ଏକ ସହଜ ଓ ଶକ୍ତିଶାଳୀ ଘରୋଇ ଉପଚାର ବିଷୟରେ ଜାଣିବା, ଯାହାଦ୍ୱାରା ଆପଣ ନିଜର ବଢୁଥିବା ଓଜନକୁ ଖୁବ କମ୍ ସମୟରେ କମାଇ ପାରିବେ ।

ଏହି ଘରୋଇ ଉପଚାରଟି ବନାଇବା ପାଇଁ ଆପଣଙ୍କୁ ମାତ୍ର ଦୁଇଟି ଜିନିଷର ଆବଶ୍ୟକତା ପଡ଼ିବ । ପ୍ରଥମ ଜିନିଷଟି ହେଉଛି ପିପ୍ପଳି । ଏହା ଆପଣଙ୍କ ଓଜନକୁ ବଢ଼ିବାକୁ ଦେଇନଥାଏ । ଏଥିରେ ଏମିତି ଔଷଧୀୟ ଗୁଣ ରହିଛି ଯାହା ଆପଣଙ୍କ ଶରୀରରେ ଚର୍ବି ଅଂଶକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ସହିତ ଆପଣଙ୍କୁ ଆକ୍ଟିଭ ମଧ୍ୟ କରିଥାଏ । ସାଥିରେ ଏହା ଆପଣଙ୍କ ପାଚକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ ।

ଏହା ସହିତ ଏହି ପିପ୍ପଳି ହୃଦୟ ସମ୍ବନ୍ଧିତ ରୋଗ, କୋଲେଷ୍ଟ୍ରୋଲ, ଉଚ୍ଚ ରକ୍ତଚାପ, ଡାଇବେଟିସ, ଏସିଡିଟି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ମଧ୍ୟ ଦୂର କରିଥାଏ ।

ଦ୍ୱିତୀୟ ଜିନିଷଟି ହେଉଛି ମହୁ । ସାଧାରଣତଃ ସମସ୍ତେ ଜାଣିଥାନ୍ତି କି ମହୁ ଶରୀର ପାଇଁ କେତେ ଭଲ ହୋଇଥାଏ । ମହୁ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ମହୁ ଦ୍ୱାରା ଶରୀରରେ ଫ୍ୟାଟ୍ ବଢ଼ିନଥାଏ ।

ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ୧୦ ଗ୍ରାମ ପିପ୍ପଳି ନିଅନ୍ତୁ ଏବଂ ଏହାକୁ ଧିମା ଆଞ୍ଚରେ ହାଲୁକା ଉଷୁମ କରିବା ପରେ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ପରେ ଏହାକୁ ଗୁଣ୍ଡ କରି ନିଅନ୍ତୁ । ଏହି ଗୁଣ୍ଡକୁ ଏକ ଡବାରେ ରଖିଦିଅନ୍ତୁ । ୧ ଚାମଚ ପିପ୍ପଳି ଗୁଣ୍ଡରେ ୨ ଚାମଚ ମହୁ ମିଶାନ୍ତୁ ଏବଂ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ତେବେ ପ୍ରତିଦିନ ସକାଳୁ ଉଠିବା ମାତ୍ରେ ବାସି ମୁହଁରେ ୨ ଗ୍ଲାସ ଉଷୁମ ପାଣି ପିଅନ୍ତୁ ଏବଂ ଏହା ପରେ ଏହି ମିଶ୍ରଣକୁ ଚାଟି ଚାଟି ଖାଆନ୍ତୁ ।

Get real time updates directly on you device, subscribe now.