fbpx

ସଲାଡ ଖାଆନ୍ତୁ, ଖାଇବାରେ ଏମିତି ସାମିଲ କରନ୍ତୁ ସଲାଡକୁ, ଆସିବ ଦ୍ୱିଗୁଣ ମଜା..

ଓଡିଶା ଭାସ୍କର: ସାଧାରଣତଃ ଗରମ ଦିନରେ ସମସ୍ତଙ୍କ ପାଇଁ ଜୀଇଁବା ମୁସ୍କିଲ ହୋଇପଡେ । ତାହାସହ ଅନେକ ସମସ୍ୟା ଆମକୁ ଦଳିଦଳାନ୍ତ କରି ପକାଏ । ଗରମ କାରଣରୁ ଶରୀରରେ ଜଳୀୟ ଅଂଶ ମଧ୍ୟ କମ୍ ହୋଇଯାଏ । କିନ୍ତୁ, ବର୍ଷା ଆସି ସାରିଛି ଓ ଗରମରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ବଦଳୁଥିବା ଜଳବାୟୁରେ କେବଳ ପାଣି ଏକ ମାତ୍ର ସାହାର ସାଜିବନି ଆପଣଙ୍କ ପାଇଁ । ଏହାବାଦ ଆପଣ ନିଜର ଡାଇଟ ପ୍ରତି ବି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଋତୁକାଳୀନ ଭିତ୍ତିରେ ମଣିଷର ଶୀରରେ ପରିବର୍ତ୍ତନ ଆସେ । ଗରମ ଦିନରେ ଶରୀରକୁ ଥଣ୍ଡା ରହିବାକୁ ହୁଏ ତ ଥଣ୍ଡାଦିନେ ଶରୀରରକୁ ଏହାର ବିପରୀତ ଗରମ ରଖିବାକୁ ପଡେ । ସେଥିପାଇଁ ରହିବା, ଖାଇବା ତଥା ବାହାରକୁ ଯିବା ଉପରେ ଆମକୁ ନିୟନ୍ତ୍ରଣ ରଖିବା ବେଶ୍ ଆବଶ୍ୟକ ହୋଇ ପଡେ । ଯଦି ଶରୀରକୁ ସୁସ୍ଥ ରଖିବାକୁ ଚାହାନ୍ତି ତେବେ ନିଜ ଡାଇଟରେ ସାମିଲ କରନ୍ତୁ କିଛି ହେଲଦି ସଲାଡ ।

ଖାଇବାରେ ଆପଣ ସଲାଡକୁ ନିଶ୍ଚୟ ସାମିଲ କରିବା ଉଚିତ । ଯଦି ଆପଣକୁ ସାଧାରଣ ସଲାଡ ପସନ୍ଦ ନୁହଁ, ତେବେ ଏହାକୁ ଟେଷ୍ଟି ବନାଇ ଡାଇଟରେ ସାମିଲ କରନ୍ତୁ । କାକୁଡି ଓ ପୁଦିନାର ମିଶ୍ରଣରେ ତିଆରି ସଲାଡ ଖାଆନ୍ତୁ । ଏହା ଆପଣଙ୍କୁ ଭିନ୍ନଧରଣର ଊର୍ଜା ପ୍ରଦାନ କରିବ । ତାହାସହ ଜଣେ ଟମାଟୋ ପନିର ଓ ଚିଜର ସଲାଡ ବି ଖାଇପାରିବେ । ଏହା ପାଟିକୁ ସ୍ୱାଦିଆ ଲାଗିବା ସହ ଶରୀରରେ ଫୂର୍ତ୍ତି ଭରିବ । ଏହାବାଦ ଆଉ ଏକ ଭିନ୍ନ ପ୍ରକାର ସଲାଡ ବି ଖାଇ ପାରିବେ । ତରଭୁଜ ଓ ଦହିର ମିଶ୍ରଣରେ ସଲାଡ ବନାନ୍ତୁ ଓ ଖାଆନ୍ତୁ । ମଜା ଆସିବ ଓ ତାହା ସହ ସତେଜତା ମଧ୍ୟ । ଏତଦବାଦ ଆଉ ଏକ ସଲାଡର ନାଁ ହେଉଛି ଗ୍ରୀକ ସଲାଡ । ଯାହା ଆପଣ କେବେ ଟ୍ରାଏ କରି ନଥିବେ । ଟମାଟୋ, କାକୁଡି ଓ ସିମଲା ଲଙ୍କାର ସମ୍ମିଶ୍ରଣରେ ଏହା ତିଆରି ହୁଏ । ଏହାକୁ ବି ଆପଣ ନିଜର ଡାଇଟରେ ନେଇ ପାରିବେ ।

Get real time updates directly on you device, subscribe now.