fbpx

ବ୍ଲଡ଼ ପ୍ରେସର ଓ ଡାଇବେଟିସକୁ ନେଇ ଚିନ୍ତିତ କି ? ନିୟନ୍ତ୍ରଣ କରିବାକୁ ଏହି ପତ୍ର ସକାଳୁ ଖାଆନ୍ତୁ

ଆଜିକାଲି ବ୍ଲଡ଼ ପ୍ରେସର ଓ ଡାଇବେଟିସ ଅତି ସାଧାରଣ ହୋଇଗଲାଣି । ଅନେକ ଲୋକ ଏଥିରେ ପୀଡିତ ଅଛନ୍ତି । ଏହି ଦୁଇଟି ଏପରି ରୋଗ ଯାହା ଅନେକ ରୋଗକୁ ଜନ୍ମ ଦେଇଥାଏ। ଏଥିପାଇଁ ଏହି ରୋଗରୁ ନିସ୍ତାର ପାଇବା ଅତ୍ୟନ୍ତ ଜରୁରୀ । ଔଷଧୀୟ ଗୁଣରେ ଭରପୂର ତୁଳସୀ,ନିମ ପତ୍ର ,ଭୃଷୁଙ୍ଗ ପତ୍ର ସେବନ କଲେ ମଧ୍ୟ ବ୍ଲଡ଼ ପ୍ରେସର ଓ ଡାଇବେଟିସକୁ ନିୟନ୍ତ୍ରଣ କରି ପାରିବେ। ଆସନ୍ତୁ ଜାଣିବା କିପରି ଏହି ପତ୍ରଗୁଡ଼ିକ ବ୍ଲଡ଼ ପ୍ରେସର ଓ ଡାଇବେଟିସକୁ ନର୍ମାଲ ରଖିବାରେ ଲାଭଦାୟକ ହୋଇଥାଏ ।

ତୁଳସୀ ପତ୍ର : ତୁଳସୀକୁ ଆୟୁର୍ବେଦର ରାଣୀ କୁହାଯାଏ । ଏହା ଆମ ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ । ଅନେକ ଗବେଷଣାରୁ ଜଣା ଯାଇଛି ଯେ ଖାଲି ପେଟରେ ତୁଳସୀ ପତ୍ର ସେବନ କଲେ ଟାଇପ ୨ ମଧୁମେହରେ ପୀଡ଼ିତ ଲୋକଙ୍କ ଶର୍କରା ସ୍ତର କମିଥାଏ । ରକ୍ତଚାପକୁ କମ୍ କରିବାରେ ଏବଂ ହୃଦରୋଗରୁ ବର୍ତ୍ତିବା ପାଇଁ ତୁଳସୀ ପତ୍ର ଲାଭଦାୟକ ହୋଇଥାଏ ।

ନିମ ପତ୍ର : ନିମ ପତ୍ର ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ନିମ ପତ୍ର ପ୍ରତିଦିନ ସକାଳେ ସେବନ କରିବା ଦ୍ବାରା ରକ୍ତ ଶର୍କରାର ସ୍ତର କମ୍ ହୋଇଥାଏ। ନିମ ପତ୍ରର ଆଣ୍ଟିହିଷ୍ଟାମାଇନ୍ ପ୍ରଭାବ ରକ୍ତବାହିକାକୁ ପତଳା କରିପାରେ। ଏହି କାରଣ ଯୋଗୁଁ ଏହି ପତ୍ର ରକ୍ତଚାପକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣଙ୍କୁ ଡାଇବେଟିସ୍ ହୋଇଛି ତେବେ ନିୟମିତ ଭାବରେ ଆପଣ ନିଜ ରକ୍ତଚାପ ପରୀକ୍ଷା କରନ୍ତୁ। କାରଣ ନିମ ସେବନ କରିବା ଦ୍ବାରା ଆପଣଙ୍କ ଶର୍କରା ସ୍ତର ବହୁତ କମ୍ ହୋଇପାରେ। ଏହି ମାମଲାରେ ଆପଣଙ୍କୁ ସୁଗର ଔଷଧ କମ୍ କରିବାର ଆବଶ୍ୟକତା ପଡ଼ିବ।

ଭୃଷୁଙ୍ଗ ପତ୍ର : ଭୃଷୁଙ୍ଗ ପତ୍ରକୁ ମିଠା ନିମ ମଧ୍ୟ କୁହାଯାଇଥାଏ। ଭୃଷୁଙ୍ଗ ପତ୍ର ଭାରତୀୟ ଖାଦ୍ୟରେ ଅଧିକ ବ୍ୟବହାର କରାଯାଇଥାଏ। ଭୃଷୁଙ୍ଗ ପତ୍ର କେବଳ ଆପଣଙ୍କ ଖାଦ୍ୟକୁ ସୁଗନ୍ଧିତ କରିନଥାଏ ବରଂ ଏହାର ବିଭିନ୍ନ ସ୍ବାସ୍ଥ୍ୟଦାୟକ ଗୁଣ ମଧ୍ୟ ରହିଛି। ଭୃଷୁଙ୍ଗ ପତ୍ର ନିୟମିତ ସେବନ କରିବା ଦ୍ବାରା ଇନସୁଲିନ୍ ପ୍ରସ୍ତୁତ କରୁଥିବା କୋଶିକାକୁ ଷ୍ଟିମ୍ୟୁଲେଟ୍ କରିବାରେ ସାହାଯ୍ୟ ମିଳିଥାଏ। ଏହି କୋଶିକାଗୁଡ଼ିକ ରକ୍ତ ଶର୍କରାର ସ୍ତରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ।

Get real time updates directly on you device, subscribe now.