fbpx

ନିୟମିତ ଦହି ଓ ଚିନିକୁ ମିଶାଇ ଖାଉଥିଲେ ସାବଧାନ: ହୋଇପାରେ ୫ଟି ବଡ଼ କ୍ଷତି

ନୂଆଦିଲ୍ଲୀ: ଅନେକ ଲୋକ ନିୟମିତ ଭାବେ ଦହି ଓ ଚିନିକୁ ମିଶାଇ ସେବନ କରିଥାନ୍ତି । ସାଧାରଣ ଭାବେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ପୂର୍ବରୁ ମୁହଁ ମିଠା କରାଯାଇଥାଏ । ଦହି ସେବନ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ମାତ୍ର କିଛି ଲୋକ ଚିନି ସହିତ ଦହିକୁ ମିଶାଇ ଖାଇଥାନ୍ତି । ନିୟମିତ ଭାବେ ଏପରି ସେବନ କରିବା ଫଳରେ ସାଇଡ୍ ଇଫେକ୍ଟସ ହୋଇଥାଏ । ଏପରିକି ଏହା ଦ୍ୱାରା ଶରୀରର ଅନେକ କ୍ଷତି ଘଟିଥାଏ ।

୧- ଯଦି ଆପଣ ପ୍ରତିଦିନ ଦହି ଓ ଚିନିକୁ ମିଶାଇ ଖାଇବେ ତେବେ ଆପଣଙ୍କର ଫ୍ୟାଟ ବଢ଼ିପାରେ । ଚିନିରେ ହାଇ କ୍ୟାଲୋରୀ ରହିଥିବାରୁ ତାହା ଓଜନକୁ ଅଧିକ ବଢ଼ାଇପାରେ । ଫଳରେ ଅନେକ ବୀମାରୀ ହୋଇପାରେ ।

୨- ଅଧିକ ଚିନି ଖାଇବା ଫଳରେ ବ୍ଲଡ୍ ଶୁଗର ଲେବଲ ବଢ଼ିବା ସହିତ ଟାଇପ-୨ ଡାଇବେଟିସର ଆଶଙ୍କା ବଢ଼ିଥାଏ । ଦହିରେ ପ୍ରାକୃତିକ ଭାବେ ଲାକ୍ଟୋଜ ରହିଥାଏ, ଯାହାକି ଏକ ପ୍ରକାରର ଶୁଗର ଅଟେ । ତେଣୁ ଦହି ସହ ଚିନି ମିଶାଇ ଖାଇବା ଫଳରେ ବ୍ଲଡ ଶୁଗର ସ୍ତର ବଢ଼ିବାର ଆଶଙ୍କା ରହିଥାଏ ।

୩- ଅଧିକ ମାତ୍ରାରେ ଚିନି ସେବନ କରିବା ଫଳରେ ଟ୍ରାଇଗ୍ଲିସରାଇଡସ ଓ ଅନ୍ୟ ହାନିକାରକ ଫ୍ୟାଟସର ଲେବଲ ବଢ଼ିପାରେ । ତାହା ହାର୍ଟ ରୋଗ ସୃଷ୍ଟି କରିବାର ସମ୍ଭାବନା ରହିଥାଏ ।

୪- ଦହି ଓ ଚିନିକୁ ମିଶାଇ ଖାଇବା ଫଳରେ ଦାନ୍ତ ସଢ଼ିବାର ଆଶଙ୍କା ରହିଥାଏ । ଚିନି ବ୍ୟାକ୍ଟେରିଆଙ୍କର ପ୍ରମୁଖ ଉତ୍ସ ହୋଇଥିବାରୁ ତାହା ଏସିଡ୍ ସୃଷ୍ଟି କରିଥାଏ ଓ ଦାନ୍ତର କ୍ଷତି ଘଟାଇପାରେ ।

୫- ଅଧିକ ମାତ୍ରାରେ ଚିନି ସେବନ କରିବା ଫଳରେ ତାହା ପାଚନକୁ ବିଗାଡ଼ିପାରେ । ଏହି କାରଣରୁ ବ୍ଲାଟିଙ୍ଗ, ଗ୍ୟାସ ଓ ଏସିଡିଟି ପରି ସମସ୍ୟା ଦେଖାଦେଇପାରେ ।

Get real time updates directly on you device, subscribe now.