fbpx

ଶୀତଦିନେ ଏହି ଜିନିଷ ଖାଇବା ଦ୍ୱାରା ହୋଇଥାଏ ଅଧିକ କ୍ଷତି, ତୁରନ୍ତ ବଦଳାନ୍ତୁ ଅଭ୍ୟାସ

ନୂଆଦିଲ୍ଲୀ: ଶୀତ ଋତୁରେ କିଛି ଜିନିଷ ଖାଇବା ଦ୍ୱାରା ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡିଥାଏ । ଏହା ଆପଣଙ୍କ ଓଜନକୁ ମଧ୍ୟ ବଢ଼ାଇଥାଏ । ଯଦି ଆପଣ ଡାଏଟିଂ କରୁଛନ୍ତି ତେବେ ଏହି ଜିନିଷ ଭୁଲରେ ବି ଖାଆନ୍ତୁ ନାହିଁ ।

ମିଠା ହାଲୱା ଏବଂ ଲଡ଼ୁ ;
ଶୀତଦିନେ ଯଦି ଆପଣ ଗାଜର ହାଲୱା, ଲଡ଼ୁ ଭଳି ଜିନିଷ ଖାଇବାରେ ନିଜକୁ ଅଟକାଇ ପାରୁନାହାନ୍ତି, ତେବେ ନିଜର ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । କାରଣ ଏଥିରେ କ୍ୟାଲୋରୀ ପରିମାଣ ବହୁତ ଅଧିକ, ଯାହା ଆପଣଙ୍କୁ କ୍ଷତି ପହଞ୍ଚାଏ । ଯଦି ଏହାକୁ ଖାଉଛ, ତେବେ କମ୍ ପରିମାଣରେ ଖାଆନ୍ତୁ ।

ଅଧିକ ପରଟା ଖାଇବା ;
ଶୀତଦିନେ ଅଧିକାଂଶ ଲୋକେ ଆଚାର ସହିତ ପରଟା ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହା ଖାଇବା ଦ୍ୱାରା ଓଜର ଜଳଦୀ ବଢ଼ିଥାଏ । ଓନଜ କମାଉଥିଲେ ଏହି ଦିଗରେ ବିଶେଷ ଯତ୍ନ ନିଅନ୍ତୁ । ଯଦି ପରଟା ଖାଉଛନ୍ତି, ତେବେ ସେଥିରେ କମ ବଟର ବା ଘିଅର ବ୍ୟବହାର କରନ୍ତୁ । ଏଥିରେ ଚର୍ବି ବଢ଼ିବାର ସମ୍ଭାବନା ରହିଛି ।

କ୍ରିମି ସୁପ୍ ବଦଳରେ ଭେଜିଟେବଲ ସୁପ ପିଅନ୍ତୁ ;
ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ କ୍ରିମି ସୁପ୍ ପିଅନ୍ତୁ ନାହିଁ । ଏହାଦ୍ୱାରା ଓଜନ ବୃଦ୍ଧି ହୋଇପାରେ । କ୍ରିମି ସୁପ୍ ବଦଳରେ ଭେଜିଟେବଲ ସୁପ୍ ପିଅନ୍ତୁ ।

ଚା ଓ କଫି କମ୍ ପିଅନ୍ତୁ ;
ବାରମ୍ବାର ଚା’ ଓ କଫି ପିଇବା ଦ୍ୱାରା ତାହା ଆପଣଙ୍କୁ କ୍ଷତି ପହଞ୍ଚାଏ । ଚା’ରେ ଥିବା କ୍ଷୀର ଓ ଚିନି ପରିମାଣ ଆପଣଙ୍କ ଓଜନ ବଢ଼ାଇପାରେ । ଦିନକୁ ୨ କପରୁ ଅଧିକ ଚା କିମ୍ବା କଫି ପିଅନ୍ତୁ ନାହିଁ । ଚା’ ବଦଳରେ ହର୍ବାଲ ଟି, ବ୍ଲାକ ଟି, ଗ୍ରୀନ୍ ଟି ବା ଲେମନ୍ ଟି ପିଅନ୍ତୁ ।

Get real time updates directly on you device, subscribe now.