ସୂର୍ଯ୍ୟାସ୍ତ ପରେ ଏହି ଫଳ ଖାଇବା ଦ୍ଵାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉପୁଜେ

ସ୍ବାସ୍ଥ୍ୟ ପାଇଁ ଫଳ ବହୁତ ଲାଭଦାୟକ। ଫଳରେ ଭିଟାମିନ୍‌, ମିନେରାଲ୍ସ ସହ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ। ଏଥିଯୋଗୁ ନିୟମିତ ଭାବେ ଏହାକୁ ସେବନ କରିବା ଲାଗି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ହେଲେ ଏହାକୁ ସେବନ କରିବାର ଠିକ୍‌ ସମୟ ରହିଛି।

ଆୟୁର୍ବେଦ ଚିକିତ୍ସା ପଦ୍ଧତି ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ଫଳ ସେବନ କରିବା ଉଚିତ ନୁହେଁ। କାରଣ ଏଥିଯୋଗୁ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ସୂର୍ଯ୍ୟସ୍ତ ପରେ ଫଳ ସେବନ କରିବା ଦ୍ୱାରା ପାଚନକ୍ରିୟା ବାଧାପ୍ରାପ୍ତ ହେବା ସହ ନିଦ୍ରାହିନତା ଭଳି ସମସ୍ୟା ଉପୁଜିପାରେ। ଏହାଛଡ଼ା ଫଳରେ ଥିବା ତତ୍ତ୍ୱ ଯୋଗୁ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇପାରେ।

ସକାଳେ ଫଳ ଖାଇବା ଲାଭଦାୟକ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବିକ ସକାଳେ ଖାଲି ପେଟରେ ଫଳ ଖାଇବା ଲାଭଦାୟକ। କାରଣ ରାତିରେ ସୋଇବା ପରେ ସକାଳେ ଯେତେବେଳେ ବ୍ୟକ୍ତିଟି ଉଠେ ତେବେ ତାର ପେଟ ଖାଲି ଥାଏ। ଏଣୁ ଫଳ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।

ଦୁଗ୍ଧ ଜାତୀୟ ଉତ୍ପାଦ ସହ କେବେ ବି ଖାଇବା ଉଚିତ ନୁହେଁ: ଫଳକୁ କେବେ ହେଲେ ଦୁଗ୍ଧ ଉତ୍ପାଦ ସହ ଏବଂ ସବୁଜ ପନିପରିବା ସହ ଖାଇବା ଉଚିତ ନୁହେଁ। ଏହାଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି ହୋଇଥାଏ।

ଖାଇବା ପରେ ତୁରନ୍ତ ଖାଇପାରିବେ ଫଳ: ଖାଇବା ପରେ ତୁରନ୍ତ ଫଳ ସେବନ କରିପାରିବେ। ଚାହିଁଲେ ଖାଦ୍ୟ ଗ୍ରହଣ କରିବା ସମୟରେ ମଧ୍ୟ ଫଳ ଖାଇପାରିବେ। ହେଲେ ଯଦି ଖାଇସାରିବା ପରେ ଫଳ ଖାଉଛନ୍ତି ତେବେ ତିନି ଘଣ୍ଟାରୁ ଚାରି ଘଣ୍ଟା ଯାଏ କିଛି ବି ଖାଇବା ଉଚିତ ନୁହେଁ।