fbpx

ଅଫିସ ସହକର୍ମୀଙ୍କ ସହ ମିଶିକି ଖାଇଲେ ବଢ଼ିଥାଏ କାମ କରିବାର ମୋଟିଭେସନ୍: ରିସର୍ଚ୍ଚ

ଅଫିସକୁ ଦ୍ୱିତୀୟ ଘର କହିଲେ କିଛି ଭୁଲ୍‌ ହେବ ନାହିଁ। କାରଣ କର୍ମଜୀବୀମାନଙ୍କର ଅଧିକାଂଶ ସମୟ ଘର ଅପେକ୍ଷା ଅଫିସରେ ବିତିଥାଏ। ପ୍ରତିଦିନ ୯ ଘଣ୍ଟାରୁ ଅଧିକ ସମୟ ଅଫିସରେ ବିତାଇଲେ ମଧ୍ୟ ଆମକୁ ବୋଝ ପରି ମନେ ହୋଇ ନ ଥାଏ। କାରଣ, ଆମ ସହ କାମ କରୁଥିବା କିଛି ସହକର୍ମୀ ଏତେ ଉତ୍ତମ ସ୍ବଭାବର ହୋଇଥାନ୍ତି ଯେ ସେମାନେ ଆମକୁ ନିଜ ପରିବାରର ସଦସ୍ୟ ପରି ଲାଗିଥାଆନ୍ତି।

ଘରଠାରୁ ଦୂରରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଏହାର ଗୁରୁତ୍ୱ ଅଧିକ ବଢ଼ି ଯାଇଥାଏ। ସେମାନେ ନିଜର ଛୋଟବଡ଼ ସମସ୍ତ କଥା ସହକର୍ମୀଙ୍କ ସହ ଶେୟାର କରିଥାଆନ୍ତି। ତେବେ ଅଫିସରେ ମଧ୍ୟାହ୍ନଭୋଜନ ଏକାକୀ କରିବା ପରିବର୍ତ୍ତେ ସହକର୍ମୀଙ୍କ ସହ କରିବା ଅଧିକ ଲାଭଦାୟକ। ଏହାଦ୍ୱାରା ସମ୍ପର୍କ ଅଧିକ ଘନିଷ୍ଠ ହେବା ସହ କାମ କରିବାର ସ୍ପୃହା ମଧ୍ୟ ବଢ଼ିଥାଏ। ଫଳରେ କାମରେ ଥକ୍କା ଅନୁଭବ ଲାଗି ନ ଥାଏ। ନ୍ୟୁୟର୍କର କୋର୍‌ନେଲ ବିଶ୍ୱବିଦ୍ୟାଳୟର ପ୍ରଫେସର କେଭିନ୍‌ଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି।

Get real time updates directly on you device, subscribe now.