fbpx

ଜୋତା-ଚପଲ ପିନ୍ଧି ଖାଦ୍ୟ ଖାଉଛନ୍ତି କି? ଜୀବନ ଉପରେ ପଡ଼ିଥାଏ ଏଭଳି ଖରାପ ପ୍ରଭାବ…

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଭୋଜନକୁ ଭଗବାନଙ୍କ ସ୍ୱରୂପ ଭାବରେ ବିବେଚନା କରାଯାଏ । ତେଣୁ ଖାଦ୍ୟ ଖାଇବା ଏକ ପବିତ୍ର କାର୍ଯ୍ୟ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ଦେବା ଅନ୍ନପୂର୍ଣ୍ଣା ଭୋଜନ ପ୍ରଦାନ କରିଥାନ୍ତି । ଦେବ ଦେବ ମହାଦେବ ମଧ୍ୟ ଭୋଜନ ବିନା ଅସହାୟ ହୋଇଯାଆନ୍ତି । ତେଣୁ କାଶୀରେ ଭଗବାନ ଶମ୍ଭୁ ଦେବୀ ଅନ୍ନପୂର୍ଣ୍ଣାଙ୍କ ସମ୍ମୁଖରେ ଭିକ୍ଷାଥାଳ ଦରି ଠିଆ ହୋଇଥାନ୍ତି । ଏହାବ୍ୟତୀତ କାଦ୍ୟ ପ୍ରସ୍ତୁତ ସମୟରେ ଅଗ୍ନି ବ୍ୟବହାର କରାଯାଏ । ତେଣୁ ଭୋଜନକୁ ସୂର୍ଯ୍ୟଙ୍କ ସମ ପବିତ୍ର ବୋଲି ମାନ୍ୟତା ରହିଛି । ସେହିପରି ହିନ୍ଦୁ ଧର୍ମରେ ବୈଦିକ ଯୁଗରୁ ହିଁ ଅଗ୍ନିର ପୂଜା କରାଯାଏ । ଏଥିପାଇଁ ପବିତ୍ର କାର୍ଯ୍ୟ କରିବା ସମୟରେ ଜୋତା ବା ଚପଲ ପିନ୍ଧିବା ଧାର୍ମିକ ଏବଂ ବୈଜ୍ଞାନିକ ଉଭୟ ଦୃଷ୍ଟିରୁ ନିନ୍ଦନୀୟ ହୋଇଥାଏ ।

କ’ଣ ରହିଛି ବୈଜ୍ଞାନିକ କାରଣ?

ବିଜ୍ଞାନ ଅନୁସାରେ, ଜୋତା ବା ଚପଲରେ ବିଭିନ୍ନ ମଇଳା, କାଦୁଅ ତଥା ମଳ ଆଦି ଦୁର୍ଗନ୍ଧିତ ଜିନିଷ ଲାଗି ରହିଥାଏ । ଏହାଦ୍ୱାରା ଆପଣଙ୍କ ଖାଦ୍ୟରେ ବ୍ୟାକ୍ଟେରିଆ ଜନ୍ମ ନେଇପାରନ୍ତି । ଏହି ବ୍ୟକ୍ଟେରିଆ ଆପଣଙ୍କୁ ରୋଗାକ୍ରାନ୍ତ ମଧ୍ୟ କରିପାରନ୍ତି । ତେଣୁ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଦୂରେଇ ରହିବା ପାଇଁ ମଧ୍ୟ ଖାଦ୍ୟ ଖାଇବା ସମୟରେ ଜୋତା-ଚପଲ ଇତ୍ୟାଦି ନ ପିନ୍ଧିବା ଉଚିତ୍ ।

କ’ଣ ରହିଛି ଧାର୍ମିକ କାରଣ?

ହିନ୍ଦୁ ଧର୍ମରେ ଭୋଜନ(ଅନ୍ନ) ଏବଂ ଅଗ୍ନି(ଅଗ୍ନି) ଉଭୟଙ୍କୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରାଯାଏ । ତେଣୁ ଉଭୟଙ୍କୁ ଏକା ସାଙ୍ଗରେ ମିଶାଇ ରୋଷେଇ କରାଯାଏ, କାରଣ ଉଭୟ ମଣିଷର କ୍ଷୁଧାକୁ ଶାନ୍ତ କରିଥାନ୍ତି । ତେଣୁ ଭୋଜନ ଭଳି ପବିତ୍ର କାର୍ଯ୍ୟ ଜୋତା-ଚପଲ ପିନ୍ଧି ନ କରିବା ପାଇଁ ଧର୍ମଶାସ୍ତ୍ରରେ କୁହାଯାଇଛି । ଏହାଦ୍ୱାରା ମନୁଷ୍ୟକୁ ପାପ ଲାଗିଥାଏ ଏବଂ ମା ଅନ୍ନପୂର୍ଣ୍ଣା ଆପଣଙ୍କ ଉପରେ କୋଧ କରିଥାନ୍ତି । ଏହି ଧାର୍ମିକ କାରଣ ଯୋଗୁଁ ହିନ୍ଦୁ ରୋଷେଇରେ ମଧ୍ୟ ଜୋତା-ଚପଲ ପିନ୍ଧିବାକୁ ବାରଣ କରାଯାଇଛି ।

କିପରି ଭୋଜନ କରିବା ଉଚିତ?

ଖାଦ୍ୟ ଖାଇବା ସମୟରେ ହାତ-ଗୋଡ଼ ଭଲ ଭାବରେ ଧୋଇ ତଳେ ବସି ଖାଇବା ଉଚିତ୍ । ତେବେ ବିଛଣା ଉପରେ ଖାଦ୍ୟ ଖାଇବାରୁ ନିବୃତ୍ତ ରୁହନ୍ତୁ । ଏଥିରେ ମା ଅନ୍ନପୂର୍ଣ୍ଣା ଏବଂ ଧନର ଦେବର ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧ କରନ୍ତି । ଫଳରେ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥାଏ । ତେଣୁ ପ୍ରତିଦିନ ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବରେ ସ୍ୱଚ୍ଛ ହୋଇ ଜୋତା-ଚପଲ ବାହାର କରି ଖାଦ୍ୟ ଗ୍ରହଣ କରନ୍ତୁ । ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହ ଦେବାଦେବୀଙ୍କ କୃପା ମଧ୍ୟ ରହିବ ।

Get real time updates directly on you device, subscribe now.