fbpx

ଆସାମରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୪

Advertisement

ଗୁଆହାଟୀ: ବୁଧବାର ସକାଳୁ ଆସାମର ତେଜପୁର ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ରିପୋର୍ଟ ଅନୁଯାୟୀ ସକାଳ ୫ଟା ୫୩ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରେକର୍ଡ଼ କରାଯାଇଥିବା ବେଳେ ଭୂପୃଷ୍ଠରୁ ଗଭୀରତା ୨୦ କିମି ରହିଥିବା ଜଣାପଡ଼ିଛି । ଏହି ଭୂକମ୍ପ ଯୋଗୁଁ କାହାର ଧନଜୀବନ ହାନି ହୋଇଥିବା ଖବର ମିଳିନି । ଏନେଇ ଏଏନ୍‌ଆଇ ପକ୍ଷରୁ ‘ଏକ୍ସ’ରେ ପୋଷ୍ଟ କରାଯାଇଛି ।

Get real time updates directly on you device, subscribe now.