fbpx

ଜମ୍ମୁ କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ: ଆଜି ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ଜମ୍ମୁ କଶ୍ମୀର ଓ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ତରିଖ ଘୋଷଣା କରାଯିବ । ଏଥିପାଇଁ ଆଜି ଦ୍ୱିପ୍ରହର ୩ଟା ସମୟରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ କନଫରେନ୍ସ କରିବାକୁ ଯାଉଛନ୍ତି । ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିକଟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ସମ୍ବନ୍ଧରେ ଏକ ବୈଠକ କରିଥିଲେ ।

ହରିୟାଣାରେ ମୋଟ ୯୦ଟି ବିଧାନସଭା ଆସନ ରହିଥିବା ବେଳେ ସେଥିରେ ୩ଟି ଆସନ ଖାଲି ରହିଛି । ବିଧାନସଭାରେ ବିଜେପିର ୪୧ ଜଣ, କଂଗ୍ରେସର ୨୯ଜଣ, ଜେଜେପିର ୧୦ ଜଣ, ଆଇଏନଏଲଡି ଓ ଏଚଏଲପିର ଜଣେ ଲେଖାଏଁ ବିଧାୟକ ରହିଛନ୍ତି । ଏଥିରେ ୫ ଜଣ ସ୍ୱାଧିନ ବିଧାୟକ ରହିଛନ୍ତି । ସେହିପରି ୨୦୧୯ରେ ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ତାହା କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହୋଇଥିଲା । ସେବେଠାରୁ ଜମ୍ମୁ କଶ୍ମୀରକୁ ଏକ ରାଜ୍ୟର ମାନ୍ୟତା ପ୍ରଦାନ ପାଇଁ ରାଜନୈତିକ ଦଳମାନେ କ୍ରମାଗତ ଭାବେ ଦାବି କରିଆସୁଥିଲେ । ତେବେ ଜମ୍ମୁ କଶ୍ମୀରରେ ୩-୪ଟି ପର୍ଯ୍ୟାୟରେ ମତଦାନ କରାଯାଇପାରେ । ସେପ୍ଟେମ୍ବରରେ ମତଦାନ ପ୍ରକ୍ରିୟା ସମାପ୍ତ ପରେ ମାସ ଶେଷ ଆଡ଼କୁ ନିର୍ବାଚନ ଫଳାଫଳ ଘୋଷଣା କରାଯାଇପାରେ । ନିର୍ବାଚନ ପାଇଁ ସେଠାରେ ନିର୍ବାଚନ ଆୟୋଗଙ୍କ ତରଫରୁ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଉଛି ।

Get real time updates directly on you device, subscribe now.