fbpx

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ, ଦେଶରେ ବଢିବ GDP Rate: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୨୦୨୪- ୨୫ରେ ଭାରତର ବାସ୍ତବ ଜିଡିପି ୬.୫ ରୁ ୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି । ଭାରତୀୟ ଅର୍ଥବ୍ୟବସ୍ଥା ମହାମାରୀରୁ ଦ୍ରୁତ ଗତିରେ ପୁନରୁଦ୍ଧାର କରିଥିଲା ଏବଂ ଆରô୍ଥକ ବର୍ଷ ୨୦୨୩-୨୪ରେ ଏହାର ବାସ୍ତବ ଜିଡିପି କୋଭିଡ୍ ପୂର୍ବ, ଆର୍ଥିକ ବର୍ଷ ୨୦୨୦ ସ୍ତର ତୁଳନାରେ ୨୦ ପ୍ରତିଶତ ଅଧିକ ଥିଲା । କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ସଂସଦରେ ୨୦୨୩-୨୪ ଆରô୍ଥକ ବର୍ଷ ପାଇଁ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରି ଏହା କହିଛନ୍ତି । ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଅନିଶ୍ଚିତ ବିଶ୍ୱ ଆର୍ଥିକ ପ୍ରଦର୍ଶନ ସତ୍ତେ୍ୱ ଘରୋଇ ଅଭିବୃଦ୍ଧି ବାହକମାନେ ଆରô୍ଥକ ବର୍ଷ ୨୦୨୩-୨୪ରେ ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିଛନ୍ତି ।
ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଆର୍ଥିକ ବର୍ଷ ୨୦୨୦ରେ ଶେଷ ହୋଇଥିବା ଜିଡିପି ୬.୫ ଦଶନ୍ଧିରେ ଭାରତ ହାରାହାରି ବାର୍ଷିକ ୬.୬ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି, ଯାହା ଅର୍ଥବ୍ୟବସ୍ଥାର ଦୀର୍ଘକାଳୀନ ଅଭିବୃଦ୍ଧି ସମ୍ଭାବନାକୁ ପ୍ରତିଫଳିତ କରୁଛି । ତେବେ ୨୦୨୪ରେ ଭୂରାଜନୈତିକ ସଂଘର୍ଷ ବୃଦ୍ଧି ପାଇବା କାରଣରୁ ଯୋଗାଣରେ ଅବ୍ୟବସ୍ଥା, ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି, ମୁଦ୍ରାସ୍ଫିତି ଚାପ ବୃଦ୍ଧି ଏବଂ ମୁଦ୍ରା ନୀତିକୁ କୋହଳ କରିବା ଭଳି ସ୍ଥିତି ଦେଖାଯାଇପାରେ ତଥା ପୁଞ୍ଜି ପ୍ରବାହ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିପାରେ ବୋଲି ସର୍ବେକ୍ଷଣରେ ଚେତାବନୀ ମଧ୍ୟ ଦିଆଯାଇଛି । ୨୦୨୪ ପାଇଁ ବିଶ୍ୱ ବାଣିଜ୍ୟ ଦୃଷ୍ଟିକୋଣ ସକାରାତ୍ମକ ରହିଛି ଏବଂ ୨୦୨୩ରେ ପରିମାଣ ହ୍ରାସ ପାଇବା ପରେ ସାମଗ୍ରୀ ବାଣିଜ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପର ଉପଯୋଗ କରିବା ଏବଂ ଉଦୀୟମାନ ବଜାରରେ ଅବ୍ୟବହୃତ ସମ୍ଭାବନାକୁ ଧରିବା ଦ୍ୱାରା ବ୍ୟବସାୟ, ପରାମର୍ଶ ଓ ଆଇଟି ସମରô୍ଥତ ସେବାର ରପ୍ତାନି ବୃଦ୍ଧି କରାଯାଇପାରିବ । ଶିଳ୍ପ କ୍ଷେତ୍ରରେ ମାନୁଫାକ୍ଚରିଂ ବା ଉତ୍ପାଦନ ଜିଭିଏ ଆର୍ଥିକ ବର୍ଷ ୨୩ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଏବଂ ଆର୍ଥିକ ବର୍ଷ ୨୪ରେ ୯.୯ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଉତ୍ପାଦନ କାର୍ୟ୍ୟକଳାପ ଇନପୁଟ୍ ମୂଲ୍ୟ ହ୍ରାସ ଦ୍ୱାରା ଲାଭବାନ ହୋଇଥିବା ବେଳେ ସ୍ଥିର ଘରୋଇ ଚାହିଦା ପୂରଣ କରିଛି । ସେହିଭଳି ଭିତ୍ତିଭୂମି ନିର୍ମାଣ ଏବଂ ବାଣିଜ୍ୟିକ ଓ ଆବାସିକ ରିଅଲ ଇଷ୍ଟେଟ୍ ଚାହିଦା ବୃଦ୍ଧି ଯୋଗୁଁ ୨୦୨୪ ଆର୍ଥିକ ବର୍ଷରେ ନିର୍ମାଣ କାର୍ୟ୍ୟ ବୃଦ୍ଧି ପାଇ ୯.୯ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ବିଭିନ୍ନ ହାଇ ଫ୍ରିକ୍ୱେନ୍ସି ଇଣ୍ଡିକେଟର ବା ଉଚ୍ଚ ଆବୃତ୍ତି ସଂକେତକ ସେବା କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରତିଫଳିତ କରିଥାଏ । ଉଭୟ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଆଦାୟ ଏବଂ ପାଇକାରୀ ଓ ଖୁଚୁରା ବାଣିଜ୍ୟକୁ ପ୍ରତିଫଳିତ କରି ଇ-ୱେ ବିଲ୍ ଜାରି କରିବା ଆର୍ଥିକ ବର୍ଷ ୨୩-୨୪ରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ପ୍ରଦର୍ଶନ କରିଛି । ଆର୍ଥିକ ଓ ବୃତ୍ତିଗତ ସେବା ମହାମାରୀ ପରେ ଆରô୍ଥକ ଓ ବୃତ୍ତିଗତ ସେବା ଅଭିବୃଦ୍ଧିର ପ୍ରମୁଖ ଚାଳକ ବୋଲି ସର୍ଭେରେ କୁହାଯାଇଛି ।

ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତୀୟ ଟଙ୍କା ମଧ୍ୟ ଏହାର ପ୍ରଗତିଶୀଳ ବଜାର ସହଯୋଗୀଙ୍କ ମଧ୍ୟରେ ସର୍ବନିମ୍ନ ଅସ୍ଥିର ମୁଦ୍ରା ମଧ୍ୟରୁ ଅନ୍ୟତମ ରହିଥିଲା । ଭାରତର ବୈଦେଶିକ ଋଣ ଦୁର୍ବଳତା ସୂଚକାଙ୍କ ମଧ୍ୟ ସ୍ଥିର ରହିଛି । ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଜିଡିପି ଅନୁପାତରେ ବୈଦେଶିକ ଋଣ ୧୮.୭ ପ୍ରତିଶତର ସର୍ବନିମ୍ନ ସ୍ତରରେ ରହିଥିଲା । ଆର୍ଥିକ ସର୍ବେକ୍ଷଣ ୨୦୨୩-୨୪ ଅନୁଯାୟୀ ୨୦୨୪ ମାର୍ଚ୍ଚ ସୁଦ୍ଧା ମୋଟ ଋଣ ସହିତ ବିଦେଶୀ ମୁଦ୍ରା ଭଣ୍ଡାରର ଅନୁପାତ ୯୭.୪ ପ୍ରତିଶତ ରହିଛି । ସଂସଦରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ବେକ୍ଷଣ ୨୦୨୩-୨୪ରେ ମୂଲ୍ୟ ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି କାରଣ ‘ଅର୍ଥନୈତିକ ଅଭିବୃଦ୍ଧି ବଜାୟ ରଖିବା ପାଇଁ ନିମ୍ନ ଓ ସ୍ଥିର ମୁଦ୍ରାସ୍ଫୀତି ଗୁରୁତ୍ୱପୂର୍ଣ୍ଣ । ଏଥିରେ କୁହାଯାଇଛି ଯେ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ସହିତ ମୁଦ୍ରାସ୍ଫୀତିକୁ ମଧ୍ୟମ ସ୍ତରରେ ରଖିବା ପାଇଁ ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ଏହି ସୂକ୍ଷ୍ମ ସନ୍ତୁଳନ ହାସଲ କରିବା ପାଇଁ ଅର୍ଥନୈତିକ ସୂଚକାଙ୍କଗୁଡ଼ିକର ସତର୍କ ତଦାରଖ କରିବା ଏବଂ ଉପଯୁକ୍ତ ତଥା ଠିକ୍ ସମୟରେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।

ଭାରତୀୟ କୃଷି କ୍ଷେତ୍ର ଏକ ସଫଳତାର କାହାଣୀ । କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିଥିବା ୨୦୨୩-୨୪ ଅର୍ଥନୈତିକ ସର୍ବେକ୍ଷଣରେ ଆଲୋକପାତ କରି କହିଛନ୍ତି ଯେ, ୧୯୬୦ ଦଶକରେ ଦେଶ ଏକ ଖାଦ୍ୟ ନିଅଂଟ ଏବଂ ଆମଦାନୀକାରୀ ଦେଶ ହେବାଠାରୁ ଆରମ୍ଭ କରି କୃଷି ଜାତ ଦ୍ରବ୍ୟର ନେଟ୍ ରପ୍ତାନିକାରୀ ହେବା ପର୍ୟ୍ୟନ୍ତ ବହୁ ଆଗକୁ ଯାଇଛି । ମୌଳିକ ଖାଦ୍ୟ ନିରାପତ୍ତାରୁ ପୋଷଣ ନିରାପତ୍ତା ଆଡକୁ ଯିବା ସମୟର ଆବଶ୍ୟକତା ବୋଲି ସର୍ଭେରେ ଦର୍ଶାଯାଇଛି । ସର୍ବେକ୍ଷଣରେ ଆହୁରି କୁହାଯାଇଛି ଯେ, ଆମକୁ ଅଧିକ ଡାଲି, ବାଜରା, ଫଳ ଏବଂ ପନିପରିବା, କ୍ଷୀର, ମାଂସ ଆବଶ୍ୟକ ଏବଂ ସେମାନଙ୍କର ଚାହିଦା ମୌଳିକ ଖାଦ୍ୟ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେଣୁ କୃଷି କ୍ଷେତ୍ରର ନୀତିଗୁଡ଼ିକ ‘ଚାହିଦା ଭିତ୍ତିକ ଖାଦ୍ୟ ବ୍ୟବସ୍ଥା’ ସହିତ ଅଧିକ ସମନ୍ୱିତ ହେବା ଉଚିତ, ଯାହା ଅଧିକ ପୁଷ୍ଟିକର ଏବଂ ପ୍ରକୃତିର ସମ୍ବଳ ସଂରକ୍ଷଣ ସହିତ ସଂଯୁକ୍ତ ହେବା ଉଚିତ ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି । ଅର୍ଥନୈତିକ ସର୍ବେକ୍ଷଣରେ ପାଂଚଟି ନୀତିଗତ ସୁପାରିଶ ଦିଆଯାଇଛି, ଯାହା ସରକାରମାନେ କୃଷକଙ୍କ ହିତରେ ବଜାରକୁ ସଂଚାଳନ କରିବା ପାଇଁ ଆପଣାଇ ପାରିବେ । ପ୍ରଥମ ପଦକ୍ଷେପରେ ଦର ବୃଦ୍ଧିର ପ୍ରଥମ ସଙ୍କେତ ମିଳିଲେ ଭବିଷ୍ୟତ କିମ୍ବା ବିକଳ୍ପ ଉପରେ ପ୍ରତିବନ୍ଧ ନ ଲଗାଇବାକୁ କୁହାଯାଇଛି । ଏଭଳି ବଜାରର ବୁଦ୍ଧିମାନ ନିୟାମକ ଡିଜାଇନ କୃଷିଜାତ ଦ୍ରବ୍ୟର ଭବିଷ୍ୟତ ବଜାର ଉପରେ ପ୍ରଶାସନିକ ହସ୍ତକ୍ଷେପର ଆବଶ୍ୟକତାକୁ କମାଇପାରିବ ବୋଲି ଏହି ସର୍ବେକ୍ଷଣରେ କୁହାଯାଇଛି ।

Get real time updates directly on you device, subscribe now.