ଠକେଇ ଅଭିଯୋଗରେ ବିଜେଡି ନେତ୍ରୀଙ୍କ ଭାଇଙ୍କ ଘରେ ଇଡି ଚଢ଼ାଉ

ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ଠକେଇ ମାମଲାରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ବଡ଼ଧରଣର ଚଢ଼ାଉ କରିଥିବା ଜଣାପଡ଼ିଛି । ତାଙ୍କ ନାଁରେ ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି ।

ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ସମ୍ବଲପୁରର ତିନିଟି ଓ ନୂଆଦିଲ୍ଲୀର ଗୋଟିଏ ସ୍ଥାନରେ ଇଡି ଚଢ଼ାଉ ଜାରି ରଖିଛି । ଗତ ୨୦୨୪ ନିର୍ବାଚନରେ କ୍ଷୀରୋଦ ମଲ୍ଲିକ ଏହି ସବୁ ଟଙ୍କା ଲଗାଇଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁଛୁ ମୃତ କ୍ଷୀରୋଦ ଚନ୍ଦ୍ର ମଲ୍ଲିକ Bharat integrated social welfare agency ଏନଜିଓର ପ୍ରତିଷ୍ଠାତା । ସେ ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଋଣ ମଧ୍ୟ ନେଇଥିଲେ ।