fbpx

ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ED ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ହୋଇଛି ରେଡ୍ । କୋଲକାତା ଭିତ୍ତିକ କମ୍ପାନି ସହ ହାୱାଲା କାରବାର ମାମଲାରେ ଏହି ରେଡ୍ ହୋଇଥିବା ଜଣାପଡିଛି । ବେଆଇନ୍ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ରେଡ୍ କରିଛି । ଜୁନ୍ ୯ ଯାଏଁ ଇଡି ହେପାଜତରେ ଅଛନ୍ତି ସତ୍ୟେନ୍ଦ୍ର ଜୈନ ।

ତେବେ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଗିରଫ ହେବାର ପ୍ରାୟ ଏକ ସପ୍ତାହ ପରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଚଢ଼ାଉ କରିଛି । କୋଲ୍କାତାର ଏକ କମ୍ପାନି ସହ ସମ୍ପୃକ୍ତି ଥିବା ‘ହାୱଲା ଟ୍ରାଞ୍ଜାକସନ୍’ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍ ଜୈନଙ୍କ ବାସଭବନରେ ତଲାସ କରୁଥିବା ଜଣାପଡ଼ିଛି ।

ପୂର୍ବରୁ ‘ସିବିଆଇ’ ପଞ୍ଜିକରଣ କରିଥିବା ହିସାବ ବହିର୍ଭୂତ ସମ୍ପତ୍ତି ମାମଲାର ତଦନ୍ତ କରିବା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ମେ ୩୦ ତାରିଖ ଦିନ ବରିଷ୍ଠ ‘ଆପ୍’ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ୨୦୧୫ ଫେବ୍ରୁଆରି ୨୦୧୭ ମେ ମଧ୍ୟରେ ଜୈନଙ୍କ ଆୟର ଉତ୍ସ ସହ ସେ ଅକ୍ତିଆର କରିଥିବା ସମ୍ପତ୍ତିର ମୂଲ୍ୟ ମେଳ ଖାଇ ନ ଥିଲା ବୋଲି ‘ସିବିଆଇ’ ଅଭିଯୋଗ କରିଥିଲା ।

Get real time updates directly on you device, subscribe now.