fbpx

ମହଙ୍ଗା ମାଡ଼ରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଖାଇବା ତେଲକୁ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ପରି ଖାଇବା ତେଲର ମହଙ୍ଗାମାଡ଼ରେ ସାଧାରଣ ଜନତା କଲବଲ ହେଉଛନ୍ତି । ତେଣୁ ଏହି ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଛି । କେନ୍ଦ୍ର ସରକାର ଜନସାଧାରଣଙ୍କର ହିତ ପାଇଁ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଭାରତ ନିଜର ଖାଇବା ତେଲର ଆବଶ୍ୟକତା ମେଣ୍ଟାଇବା ପାଇଁ ଇଣ୍ଡୋନେସିଆରୁ ଆମଦାନୀ କରିଥାଏ । ମାତ୍ର ନିକଟରେ ଇଣ୍ଡୋନେସିଆ ପାମ୍ ଅଏଲ ରପ୍ତାନୀ ଉପରେ ରୋକ୍ ଲାଗୁ କରିଦେବା ଫଳରେ ଭାରତରେ ହାହାକାର ମଚି ଯାଇଛି ।

ଭାରତରେ ତୈଳର ଡିମାଣ୍ଡ ବଢ଼ୁଥିବା ବେଳେ ସପ୍ଲାଇ ହ୍ରାସ ପାଇଛି । ଫଳରେ ଖାଇବା ତେଲର ଦାମ୍ ବଢ଼ିବାରେ ଲାଗିଛି । ତେବେ କଞ୍ଜ୍ୟୁମର ଆଫେୟାର୍ସ ମିନିଷ୍ଟ୍ରି ପକ୍ଷରୁ ଏଡିବଲ ଅଏଲ ଆମଦାନୀ ଉପରୁ ୫ ପ୍ରତିଶତ ଏଗ୍ରୀ ସେସ୍ ହ୍ରାସ କରିବା ନେଇ ପ୍ରସ୍ତୁତି ଚାଲିଛି । ଯଦି ବେଳ ହୁଁ ସରକାର ଉପଯୁକ୍ତ ନିଷ୍ପତ୍ତି ନ ନିଅନ୍ତି, ତେବେ ଆଗାମୀ ଦିନରେ ଦେଶରେ ଖାଇବା ତେଲ ଦର ଅହେତୁକ ଭାବେ ବୃଦ୍ଧି ପାଇବ । ତେଲ ଆମାଦାନୀ ଉପରେ ଲାଗୁଥିବା ୫ ପ୍ରତିଶତର ଏଗ୍ରିକଲଚର ସେସକୁ ଯଦି ସରକାର ମାଫ କରିଦିଅନ୍ତି, ତେବେ ଏହାର ପ୍ରଭାବ ତେଲର ମୂଲ୍ୟ ଉପରେ କିଛି ମାତ୍ରାରେ ପଡ଼ିବ ।

ତେବେ ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ସରକାର ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ସଚେତନତା ଅଭିଯାନ ଚଳାଇ ପାରନ୍ତି । ଜନସାଧାରଣଙ୍କୁ ପାମ ତେଲ ବଦଳରେ ଅନ୍ୟ ତେଲ ବ୍ୟବହାର କରିବାକୁ ଅପିଲ କରିପାରନ୍ତି । ଯଦି ତେଲ ଆମଦାନୀ ଉପରୁ ଏଗ୍ରି ସେସ୍ ହ୍ରାସ କରାଯାଏ, ତେବେ ରିଟେଲ ପ୍ରାଇସରେ ତେଲର ମୂଲ୍ୟ ୨-୩ ଟଙ୍କା କମିପାରେ । ଅନ୍ୟପଟେ ଦେଶରେ ଖାଇବା ତେଲର ପର୍ଯ୍ୟାପ୍ତ ଭଣ୍ଡାର ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.