fbpx
BSKY
BJD MC SKY
BJD MS SKY

ସରକାରଙ୍କ ନିର୍ଦ୍ଦେଶ ପରେ ଶସ୍ତା ହୋଇଗଲା ତେଲ ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ବଢ଼ୁଥିବା ଦରଦାମକୁ ନେଇ ଚିନ୍ତାରେ ଥିବା ଲୋକମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । ଦିଲ୍ଲୀ-ଏନସିଆରରେ ଦୁଗ୍ଧର ଅନ୍ୟତମ ଯୋଗାଣକାରୀ ମଦର ଡେରି ସୋୟାବିନ୍ ଏବଂ ଧାରା ଚାଉଳ ବ୍ରାନ ତେଲର ଦାମ୍ ଲିଟର ପିଛା ୧୪ ଟଙ୍କା ହ୍ରାସ କରିଛି । ଏହା ପୂର୍ବରୁ ଖାଇବା ତେଲର ବିଶ୍ୱ ମୂଲ୍ୟରେ ହ୍ରାସର ଲାଭ ଦେବାକୁ ସରକାର ତୈଳ କମ୍ପାନୀଗୁଡିକୁ ନିବେଦନ କରିଥିଲେ । ଏହା ପରେ ତୁରନ୍ତ ମଦର ଡାଏରୀ ଏହି ଘୋଷଣା କରିଛି ।

ମଦର ଡାଏରୀର ମୁଖପାତ୍ର କହିଛନ୍ତି ଯେ, ସରକାରଙ୍କ ହସ୍ତକ୍ଷେପ ପରେ ଗ୍ରାହକଙ୍କୁ ତୈଳ ମୂଲ୍ୟରେ ହ୍ରାସର ଲାଭକୁ ଦୃଷ୍ଟିରେ ରଖି ଆମେ ଧାରା ସୋୟାବିନ ତେଲ ଏବଂ ଧାରା ଚାଉଳ ବ୍ରାନ ତେଲର ଏମଆରପି ଲିଟର ପିଛା ୧୪ ଟଙ୍କା ହ୍ରାସ କରିଛୁ । ନୂଆ ମୂଲ୍ୟ ସହିତ ଉତ୍ପାଦଗୁଡିକ ଆସନ୍ତା ସପ୍ତାହ ସୁଦ୍ଧା ବଜାରରେ ଉପଲବ୍ଧ ହେବ ।

କମ୍ପାନୀ ଦ୍ୱାରା ମୂଲ୍ୟ ହ୍ରାସ ଘୋଷଣା ପରେ ବର୍ତ୍ତମାନ ଧାରା ରିଫାଇନଡ୍ ସୋୟାବିନ୍ ତେଲ ଲିଟର ପିଛା ୧୯୪ ଟଙ୍କାରୁ ୧୮୦ ଟଙ୍କାରେ ଉପଲବ୍ଧ ହେବ । ଏଥି ସହିତ ଧାରା ରିଫାଇନଡ୍ ରାଇସ୍ ବ୍ରାନ୍ ତେଲ କ୍ଷେତ୍ରରେ ଏହାର ମୂଲ୍ୟ ଲିଟର ପିଛା ୧୯୪ ରୁ ୧୮୫ ଟଙ୍କାକୁ ହ୍ରାସ ପାଇବ । ଆସନ୍ତା ୧୫-୨୦ ଦିନ ମଧ୍ୟରେ ସୂର୍ଯ୍ୟମୁଖୀ ତେଲର ଏମଆରପି ହ୍ରାସ ହେବ ବୋଲି କମ୍ପାନୀ ଆଶା କରିଛି ।

Get real time updates directly on you device, subscribe now.