fbpx

ପୋଷ୍ୟ ସନ୍ତାନ ଭାବରେ ଆଦରି ନେଲେ ଶିକ୍ଷିତ ଦମ୍ପନ୍ତି

Advertisement

କଟକ(ଓଡ଼ିଶା ଭାସ୍କର): ବିଡାନାସୀସ୍ଥିତ ବସୁନ୍ଧରା ପାଇଁ ୨ବର୍ଷ ତଳେ ନୂଆ ଅତିଥି ଥିଲା ପୁନ୍ୟା। ୨୦୨୦ ମେ ୮ ତାରିଖ ସକାଳେ ବସୁନ୍ଧରା ଆଗରେ ଟଙ୍ଗା ଯାଇଥିବା ଶିଶୁଝୁଲାରୁ କୁଆଁ କୁଆଁ ଶବ୍ଦ ଶୁଣି କେତେକ କର୍ମଚାରୀ ଦୌଡି ଯାଇଥିଲେ ଝୁଲାରେ ଏକ ନବଜାତ ଶିଶୁ କନ୍ୟାକୁ ଦେଖୁଥିଲେ। କେହି ଦମ୍ପତି ଶିଶୁକନ୍ୟାକୁ ଛାଡି ପଳାଇଥିଲେ। ସେହିଦିନ ଠାରୁ ପୁନ୍ୟା ବସୁନ୍ଧରାରେ ବଢିଥିଲା। ହେଲେ ଆଜି ପୁନ୍ୟାକୁ ମିଳିଛି ନୂଆ ପରିଚୟ ପୁଣ୍ୟର ନୂଆ ଠିକଣା ହୋଇଛି ଯୁକ୍ତରାଷ୍ଟ୍ର ଆମେରିକାର କଲୋରାଡ଼ୋ।

ଯୁକ୍ତରାଷ୍ଟ୍ର ରାଷ୍ଟ୍ର ଆମେରିକା କଲରାଡୋ ରାଜ୍ୟର ଡେଭିଡ ଅଲାନ ହେସେଲ ଓ ତାଙ୍କ ସ୍ତ୍ରୀ ଆବିଦ୍ୟାମିଲେ ହେସେଲ କଟକ ବସୁନ୍ଧରା ଅନ୍ତେବାସିନୀ ପୁନ୍ୟା(୨) ଙ୍କୁ ପୋଷ୍ୟ ସନ୍ତାନ ଭାବେ ମଙ୍ଗଳବାର ଗ୍ରହଣ କରିଛନ୍ତି। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ଆମେରିକା ଦମ୍ପନ୍ତି ପୁନ୍ୟାଙ୍କୁ ନେଇଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଚୟନୀ କରିଛନ୍ତି, ପୁନ୍ୟାଙ୍କ ନୂଆ ଠିକଣା ଏବେ ଯୁକ୍ତରାଷ୍ଟ୍ର ଆମେରିକାର କଲୋରାଡ଼ୋ। ସେ ପରିବାର ଆବାସ,ଆବାସ, ମାତାପିତା ଓ ପରିଚୟ ପାଇଛି ବୋଲି ଜିଲାପାଳ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସଂସାଧନ ସଂସ୍ଥା (ସିଏଆରଏ) ଏବଂ ରାଜ୍ୟ ପୋଷ୍ୟ ସନ୍ତାନ ସଂସ୍ଥା (ଏସ୍ଏଆର୍‌ଏ) ମଧ୍ୟ ଗତ ଫେବୃୟାରୀ ୧୧ ତାରିଖରେ ଅନୁମତି ଦେଇଥିଲେ। ଏହାପରେ ପୁନ୍ୟାଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବା ପାଇଁ ଜିଲାକୋର୍ଟ ହେସଲେ ଦମ୍ପତିଙ୍କୁ ଗତ ମେ ‘ ୧୮ ତାରିଖରେ ଆଦେଶ ପ୍ରଦାନ କରିଥିଲେ। ହେସଲେ ଦମ୍ପତି ଓ ପୁନ୍ୟା ଆସନ୍ତା ୧୯ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡିଛି। ହେସଲେ ଦମ୍ପତି କହିଛନ୍ତି, ପୁନ୍ୟା ସେମାନଙ୍କୁ ଖୁବ୍ ଭଲ ପାଉଛି ସେମାନେ ମଧ୍ୟ ପୁନ୍ୟାଙ୍କୁ ତତୋଧିକ ଭଲ ପାଉଛନ୍ତି। ପୁନ୍ୟାଙ୍କୁ ଏକ ନୂତନ ଜୀବନ ଓ ଦିଗ୍‌ଦର୍ଶନ ପ୍ରଦାନ ନିମନ୍ତେ ଦୀର୍ଘଯାତ୍ରାରେ ସମସ୍ତଙ୍କ ସହଯୋଗ ସେମାନଙ୍କୁ ଅଭୀଭୂତ କରିଛି।

Get real time updates directly on you device, subscribe now.