LLB ପଢିବା ପାଇଁ କେତେ ମିଳିବ Education Loan? ଜାଣନ୍ତୁ ସହଜରେ ଋଣ ସୁଝିବାର ନିୟମ

ଓକିଲାତି ପଢିବା ପାଇଁ କେତେ ପର୍ଯ୍ୟନ୍ତ ଉଠାଇପାରିବେ ଲୋନ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଯଦି ଆପଣ ଓକିଲାତି ବା ଏଲଏଲବି ପଢିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ଆପଣଙ୍କ ପାଖେ ପର୍ଯ୍ୟାପ୍ତ ପରିମାଣରେ ଖର୍ଚ୍ଚ କରିବାକୁ ଟଙ୍କା ନାହିଁ, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ।

ଦେଶରେ ଅନେକ ବଡ଼ ବଡ଼ ବ୍ୟାଙ୍କ ଏଲଏଲବି ଭଳି ପ୍ରଫେସନାଲ କୋର୍ସେସ ପାଇଁ ଏଜୁକେସନ ଲୋନର ସୁବିଧା ପ୍ରଦାନ କରୁଛି।

ଏହି ଲୋନରେ ଆପଣଙ୍କ ପଢିବାର ବୋଝ କମ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

କେତେ ମିଳିବ ଲୋନ: ଯଦି ଆପଣ ଭାରତରେ କୌଣସି ମାନ୍ୟତା ପ୍ରାପ୍ତ ୟୁନିଭର୍ସିଟି ବା କଲେଜରେ ଏଲଏଲବି କରୁଛନ୍ତି, ତେବେ ଆପଣଙ୍କୁ ସର୍ବନିମ୍ନ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଜୁକେସନ ଲୋନ ମିଳିପାରିବ।

ଏହି ଲୋନ ଆପଣଙ୍କ ଫିସ, ଏହିବାର ଖର୍ଚ୍ଚ, ବହି ଏବଂ ଅନ୍ୟାନ୍ୟ ପଢା ଖର୍ଚ୍ଚ ସହ ଜଡ଼ିତ ଆବଶ୍ୟକତାକୁ ପୂରଣ କରିବ।

କିପରି ସୁଝିବେ ଋଣ: ଏଜୁକେସନ ଲୋନକୁ ସୁଝିବା ଲାଗି ପଢା ସରିବାର ୬ରୁ ୧୨ ମାସ ପରେ ଲୋନ ସୁଝିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ। ଏହାକୁ ମୋରେଟୋରିୟମ ପିରିୟଡ଼ କୁହାଯାଇଥାଏ।

ଏହାପରେ ଆପଣ ୫ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ ଧିରେ-ଧିରେ ଇଏମଆଇ ଭାବେ ଲୋନ ସୁଝିପାରିବେ।