ବିଜେଡିକୁ ଶିକ୍ଷା ମନ୍ତ୍ରୀଙ୍କ କଟାକ୍ଷ, “ଷ୍ଟାଡିୟମକୁ ମନ୍ତ୍ରୀ ଯାଉନଥିଲେ, ଜଣେ ବଗ ପରି ଟୁଙ୍ଗୁ ଟୁଙ୍ଗୁ ହେଉଥିଲେ”

ନବୀନ ନିବାସରେ ରହିଥିବା ସନ୍ୟାସୀ ଯାହା ବୁଦ୍ଧି ଦେଉଛନ୍ତି ଏଥିରେ ଏମାନେ ମାତୁଛନ୍ତି । ଦଳ ତ ବୁଡିଗଲା ଏବେ ସନ୍ୟାସୀ ବ୍ୟକ୍ତିବିଶେଷଙ୍କୁ ବୁଡେଇବାକୁ ବସିଛନ୍ତି।

ଭୁବନେଶ୍ବର- ବିଜେଡି ମୁଖପାତ୍ର ଲେନିନ ମହାନ୍ତି ମନ୍ତ୍ରୀ ସୂର୍ୟ୍ୟ ବଶୀ ସୂରଜଙ୍କୁ ଅପରିପକ୍ଵ କହିଥିଲେ। ଏହାର ଜବାବ ରଖିଛନ୍ତି ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ । ପରିସ୍ଥିତି ପଦମର୍ୟ୍ୟାଦା ଏବଂ ଗମ୍ଭୀରତାକୁ ଦେଖି ମୁଁ ମୋ କଥା ରଖିସାରିଛି। ମୁଁ କେବେ କହିନାହିଁ । ଏକଥା ଏକ ଅଭାବନୀୟ ପରିସ୍ଥିତିରେ ହେଲା। ଆପଣ ମାନଙ୍କୁ ଅନୁରୋଧ କରୁଛି ମୋ ସହିତ ଆସି ଦେଖନ୍ତୁ।

ଆହୁରି ଲେନୀନଙ୍କ ଉଦ୍ଦେଶ୍ୟରେ ସୂର୍ୟ୍ୟବଂଶୀ କହିଛନ୍ତି, ସେ ଏମିତି କହୁଛନ୍ତି ଯେମିତି ଟ୍ରାକ୍ଟର ଖାଲ କରି ପକେଇଛି । କିଛି ଇଞ୍ଚେ ବି ଅସୁବିଧା ହୋଇନାହିଁ। ଯେଉଁ ଅପରିପକ୍ଵ କଥା କହୁଛନ୍ତି କେହି ମା ପେଟରୁ କଥା ଶିଖି କି ଆସି ନଥାନ୍ତି ।୨୯ ବର୍ଷ ବୟସରେ ଯଦି ମୋର ଏହା ଅପରିପକ୍ଵତା ମୁଁ ତାକୁ ଅସ୍ବୀକାର କରୁନାହିଁ ।

କିନ୍ତୁ ତାଙ୍କର ପରିପକ୍ବତା କଣ । ସେ ଯେତେବେଳେ ନିର୍ବାଚନ ସମୟରେ ହେଲିକପ୍ଟର ନେଇ ସାରା ଓଡ଼ିଶାରେ ଷ୍ଟାଡିୟମ ପିଚ୍ ଉପରେ ହେଲିକପ୍ଟର ଚଢାଉଥିଲେ ତାହା ପରିପକ୍ବତା ଥିଲା। ସୂର୍ୟ୍ୟବଂଶୀ ସୂରଜ ପ୍ରଶ୍ନ କରିଛନ୍ତି । ଗାଡ଼ି ଗୋଟିଏ ଅଭାବନୀୟ ସ୍ଥିତିରେ ଷ୍ଟାଡିୟମ ଭିତରକୁ ଗାଡି ପଶିଥିଲା । ଏହା ଅପରିପକ୍ଵତା ହୋଇଗଲା ।

ଆଗରୁ କଳିଙ୍ଗ ଷ୍ଟାଡିୟମକୁ ଲୋକ ତ ଲୋକ ମନ୍ତ୍ରୀଙ୍କୁ ଛଡା ଯାଉନଥିଲା। ଗୋଟିଏ ଲୋକ ସକାଳୁ ଯାଇ ବଗ ଭଳିଆ ଟୁଙ୍ଗୁ ଟୁଙ୍ଗୁ ହୋଇ ଭିଡିଓ ଛାଡ଼ିବ। ଶ୍ରଦ୍ଧାର ସହିତ ମସାଜ ନେବ, ଏହା ପରିପକ୍ବତା। ରାଜ୍ୟରେ ଅନେକ ପ୍ରସଙ୍ଗ ରହିଛି ତା ଉପରେ ଗଠନ ମୂଳକ ମତାମତ ଦିଅନ୍ତୁ।

ଅପ୍ରସଙ୍ଗକୁ ପ୍ରସଙ୍ଗ କରାଯାଉଛି। ଭୈରବାନନ୍ଦ ସନ୍ୟାସୀଙ୍କ କଥାରେ ଏହା କହୁଛନ୍ତି, ସେ ଦଳକୁ ବୁଡାଇ ଦେଲେ। ଲେନିନ ଭାଇ, ତୁଷାର ଭାଇ ବାବାଙ୍କ କଥାରେ ବୁଝାଇବା ପାଇଁ ବସିଛନ୍ତି। ପ୍ରତିଷ୍ଠା ଦିବସରେ ମୁଷ୍ଟି ଯୁଦ୍ଧ ହେଲା ସେ କଥା ମିଡିଆରେ ଚାଲିଲା । ତା ପର ଦିନ ପବ୍ଲିସିଟି ଷ୍ଟଣ୍ଟ କଲେ। ପ୍ରସଙ୍ଗ ଡାଇଭଟ କଲେ।

ଯେଉଁଦିନ ଯାଜପୁରରେ ଲୋକ ପ୍ରତିଷ୍ଠା ଦିବସରୁ ଆସି ବିଜେପିରେ ଯୋଗଦେଲେ ସେ ଦିନ ପ୍ରସଙ୍ଗ ଡାଇଭର୍ଟ କଲେ। ରୁବେନ ବାନାର୍ଜୀ ଆଗରୁ ବହୁତ ଭଲ ଥିଲେ । ଯେଉଁ ଦିନ ପାଣ୍ଡୁ ଉପାଖ୍ୟାନ ଲେଖିଲେ, ସେ ଖରାପ ହେଲେ। ବ୍ୟକ୍ତିଗତ ଭାବେ ଆପଣ ମୋତେ ଭର୍ତ୍ସନା କରୁଛନ୍ତି। କିନ୍ତୁ କେଉଁ କଥା ଉପରେ ଭର୍ତ୍ସନା କରୁଛନ୍ତି ସମସ୍ତେ ଦେଖୁଛନ୍ତି ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ।

ସୂର୍ୟ୍ୟବଂଶୀ ସୂରଜର ସଂଜ୍ଞା ନାହିଁ। ନାଁ ଜାତି ଗୋତ୍ର କେଉଁଠି ଜନ୍ମ ହେବେ ଏହା ଉପରେ କାହାର ନିୟନ୍ତ୍ରଣ ଥାଏ କି? ସୂର୍ୟ୍ୟବଂଶୀ ସୂରଜ କାହିଁକି ସେଠୀ ଲଗାଉ ନାହାନ୍ତି? ଆରେ ବାପା ମା ଯାହା ନାଁ ଦେଇଛନ୍ତି। ବାପା ନାହାନ୍ତି କହିବି କାହାକୁ? ମୋ କଲେଜ ବେଳର ଭିଡିଓ କୁ ଯୋଡୁଛନ୍ତି। ଏସବୁ ହେଉଛି ବିଜେଡିର ପରିପକ୍ବତା, ଆଉ ସୁର୍ୟ୍ୟବଂଶୀ ସୂରଜର ଅପରିପକ୍ଵତା। ଏଭଳି କରାନଯାଉ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ।

ଏଥିସହ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଆହୁରି କହିଛନ୍ତି, ନବୀନ ନିବାସରେ ରହିଥିବା ସନ୍ୟାସୀ ଯାହା ବୁଦ୍ଧି ଦେଉଛନ୍ତି ଏଥିରେ ଏମାନେ ମାତୁଛନ୍ତି । ଦଳ ତ ବୁଡିଗଲା ଏବେ ସନ୍ୟାସୀ ବ୍ୟକ୍ତିବିଶେଷଙ୍କୁ ବୁଡେଇବାକୁ ବସିଛନ୍ତି।