fbpx

ଅଧିକ ସମୟ ଲାପଟପରେ କାମ କଲେ ବିନ୍ଧୁଛି କି ଆଖି ?  ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଏହି ଆଧୁନିକ ଯୁଗରେ ସମସ୍ତେ ମୋବାଇଲ୍ ଓ ଲାପଟପର ବ୍ୟବହାର ବହୁମାତ୍ରାରେ କରିଥାନ୍ତି । ପାଠପଢା ଠାରୁ ଆରମ୍ଭ କରି ଅଫିସ୍ କାମ ସବୁ କିଛି ଆମେ ମୋବାଇଲ୍ ଓ ଲାପଟପ ସାହାଯ୍ୟରେ କରିଥାନ୍ତି । ବେଳେବେଳେ କାମର ଚାପ ଏତେ ମାତ୍ରାରେ ରହିଥାଏ ଯେ  ଆମକୁ ଘଣ୍ଟା ଘଣ୍ଟା ଧରି ଲାପଟପରେ କାମ କରିବାକୁ ପଡିଥାଏ । ଏହା ଦ୍ୱାରା ଆମ ଶରୀରରେ ଥକାପଣ ଆସିବା ସହ ଆମ ଆଖି ମଧ୍ୟ ଥକିଯାଇଥାଏ । ଯାହା ଫଳରେ ଅନେକ ସମୟରେ ଆମର ଆଖି ସମସ୍ୟା ଦେଖାଦେଇଥାଏ । ଏପରି ପରିସ୍ଥିତରରେ ଆପଣମାନେ ନିଜ ଆଖିକୁ ଆରାମ ଦେବାକୁ ଚାହୁଁଥିଲେ କିଛି ସହଜ ଘରୋଇ ଉପଚାର ଆପଣାଇ ପାରିବେ ।  ବର୍ତ୍ତମାନ ଆସନ୍ତୁ ଜାଣିବା କଣ ଏହି ଘରୋଇ ଉପଚାର ।

ଟି ବ୍ୟାଗ୍ ଓ ଆଇ ମାସ୍କ: ଆଖିର ଥକାପଣ ଦୂର କରିବା ପାଇଁ ଟି ବ୍ୟାଗ୍ ହେଉଛି ଏକ ସହଜ ଉପାୟ । ଏହାକୁ ବ୍ୟବହାର କରିବା ପାଇଁ ବ୍ୟାଗଗୁଡିକୁ କିଛି ସମୟ ଫ୍ରୀଜରେ ରଖନ୍ତୁ । ଏହାପରେ ଫ୍ରୀଜରୁ ଏହି ବ୍ୟାଗ ବାହାର କରି ସାଧା ପଣିରେ ବୁଡାଇ ଆଖିରେ ଦିଅନ୍ତୁ । ଏହା ଆଖିର ଥକାପଣକୁ ଦୂର କରିବା ସହିତ ଡାର୍କ ସର୍କକଲକୁ ମଧ୍ୟ ଦୂର କରିଥାଏ  ।

ଆଳୁ ଏବଂ ପୋଦିନା ରସ: ଛଡା ହୋଇଥିବା ଆଳୁ  ସହିତ କିଛି ପୋଦିନା ପତ୍ର ମିଶାଇ ଏହାକୁ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଏହାପରେ ପୋଦିନା ଓ ଆଳୁ ରସକୁ ଭଲଭାବରେ ଛାଣି  ତୁଳା କିମ୍ବା ପରିସ୍କାର କପଡା ସାହାଯ୍ୟରେ ଏହାକୁ ଆଖିରେ ଲଗାନ୍ତୁ । କିଛି ସାମୟ ପରେ ଏହାକୁ ସାଧା ପଣିରେ ଧୋଇ ଦିଅନ୍ତୁ ।

ଆଲୋଭେରା ଜେଲ:  ଆଲୋଭେରା ଜେଲରେ କିଛି ବୁନ୍ଦା ଲେମ୍ବୁ ମିଶାଇ ତୁଳା ସାହାଯ୍ୟରେ ଆଖିରେ ଲଗାନ୍ତୁ । କିଛି ସମୟ ପରେ ଏହାକୁ ଥଣ୍ଡା ପଣିରେ ଧୋଇ ଦିଅନ୍ତୁ । ଏହା ଆଖିକୁ ଖୁବ୍ ଆରାମ ଦେଇଥାଏ ।

ଗୋଲାପ ଜଳ: ଗୋଲାପ ଜଳ ଆଖିରୁ ଶୁଷ୍କତା ଏବଂ ଥକାପଣ ସମସ୍ୟାକୁ ସହଜରେ ଦୂର କରିଥାଏ । ଏଥିପାଇଁ ଆପଣ  ତୁଳାକୁ ଗୋଲାପ ଜଳରେ ବୁଡାଇ କିଛି ସମୟ ଆଖିରେ ରଖନ୍ତୁ । ଏପରି କରିବା ଦ୍ୱାରା ଆଖିର ତକାପଣ ଦୂର ହୋଇଥାଏ ।

ଆଖିକୁ ଆରାମ ଦିଅନ୍ତୁ: କମ୍ପ୍ୟୁଟରରେ କାମ କରିବା ସମୟରେ ମଝିରେ ମଝିରେ ବିରତି ନେବା ଆବଶ୍ୟକ । ଅନ୍ୟପକ୍ଷେ ଯଦି ଆପଣଙ୍କ ଆଖି ଡ୍ରାଏ ହେଉଛି ଆପଣ ଡାକ୍ତରଙ୍କ ପରାର୍ମଶ ନେଇ ଆଇଡ୍ରପ ବ୍ୟବହାର କରନ୍ତୁ ।

ତେବେ ଏହି ଘରୋଇ ଉପଚାର ଦ୍ୱାରା ଆଖିର ଥକାପଣ ଦୂର ହେବା ସହ  ଆଖି ତଳେ ହେଉଥିବା ଡାର୍କ ସର୍କଲ ମଧ୍ୟ କମ୍ ହୋଇଥାଏ । ଏଥିସହିତ ଆଖିର ଏନେକ ସମସ୍ୟାରୁ ଆମକୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.