fbpx

ମିଳିଗଲା ବର୍ଷ ପୁରୁଣା ପ୍ରଶ୍ନର ଉତ୍ତର, ପ୍ରଥମେ ଅଣ୍ଡା ଆସିଥିଲା ବୋଲି କହିଲା ଚାଟଜିପିଟି

Advertisement

ନୂଆଦିଲ୍ଲୀ:ପିଲାଦିନୁ ଆପଣ ଗୋଟିଏ ପ୍ରଶ୍ନ ବାରମ୍ବାର ଶୁଣି ଆସୁଥିବେ । ପ୍ରଶ୍ନଟି ହେଉଛି ଆଗ ଅଣ୍ଡା ନା ଆଗ କୁକୁଡା । ଏହି ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ କାହା ପାଖରେ ନ ଥିଲା । କିନ୍ତୁ ଏବେ ଏହି ପ୍ରଶ୍ନର ଉତ୍ତର ମିଳିଯାଇଛି । ଏଆଇ ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ଲାଟଫର୍ମ ଚାଟଜିପିଟି ଏହାର ଉତ୍ତର ରଖିଛି ।

ଏହି ପ୍ରଶ୍ନ ଚାଟଜିପିଟିକୁ କରାଯାଇଥିଲା । ଚାଟଜିପିଟି କହିଛି ବାୟୋଲଜିକାଲ ଦୃଷ୍ଟିରୁ ଦେଖିଲେ ଅଣ୍ଡା ପ୍ରଥମେ ଆସିଛି । କାରଣରେ ଏଆଇ କହିଛି ଯେଉଁ ଅଣ୍ଡାରୁ ଏବେ କୁକୁଡା ଜନ୍ମ ହେଉଛନ୍ତି ତାହାକୁ ପୂର୍ବରୁ କେଉଁ ଏକ ପକ୍ଷୀ ଦେଇ ଥାଇପାରେ । ସମୟର ପରିବର୍ତ୍ତନ ସହିତ ଏହା କୁକୁଡାର ରୂପ ନେଇଥାଇପାରେ । ଚାଟଜିପିଟି କହିଛି ଏବେ ଆମ ଯାହାକୁ କୁକୁଡା କହୁଛୁ ତାହା ପୂର୍ବ ସମୟରେ ଅନ୍ୟ କେଉଁ ପକ୍ଷୀ ଥାଇପାରେ । ସମୟ ପରିବର୍ତ୍ତନରେ ଓ ବିବର୍ତ୍ତନ ପ୍ରକ୍ରିୟାରେ କେଉଁ ପକ୍ଷୀ ଏବେ କୁକୁଡାର ରୂପ ନେଇ ଥାଇପାରେ । ଏହି ଆଧାରରେ କୁହାଯାଇପାରେ ଯେ, ଅଣ୍ଡା ଆଗ ଆସିଛି । ଗତ ବର୍ଷ ନଭେମ୍ବରରେ ଏହି ଚାଟଜିପିଟି ଓପନ୍ ଏଆଇ ଲଞ୍ଚ କରିଥିଲା । ଲଞ୍ଚ ପରେ ଏଆଇର ଏହି ପ୍ଲାଟଫର୍ମ ବେଶ୍ ଲୋକପ୍ରିୟ ହୋଇଥିଲା ।

Get real time updates directly on you device, subscribe now.