fbpx
BSKY SKY
BSKY SKY

ନୀରବତା ଭାଙ୍ଗିଲେ ରବିଚନ୍ଦ୍ରନ୍ ଅଶ୍ୱିନୀ, WTC ଫାଇନାଲରେ କାହିଁକି ଦଳରେ ମିଳିଲାନି ଜାଗା, କହିଲେ ପୁରା ଘଟଣା

BSKY

ନୂଆଦିଲ୍ଲୀ: ଭାରତୀୟ ଟିମ୍‌କୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ରେ ଅଷ୍ଟ୍ରେଲିଆଠାରୁ ୨୦୯ ରନ୍‌ରେ ନିରାଶାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହି ପରାଜୟ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କକୁ ଅନେକ ସାମାଲୋଚନାର ସାମ୍ନା କରିବାକୁ ପଡୁଛି । ଏହାବାଦ୍ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି କି କାହିଁକି ରବିଚନ୍ଦ୍ରନ୍ ଅଶ୍ୱିନୀଙ୍କୁ ଫାଇନାଲ ଏକାଦଶରେ ସ୍ଥାନ ମିଳିଲା ନାହିଁ । ଅନେକ ପୁର୍ବତ୍ତନ ବରିଷ୍ଠ ଖେଳାଳିମାନେ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ଏବେ ନିଜେ ଅଶ୍ୱିନି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ପ୍ରତିକ୍ରିୟା ଦେଇ ସେ ନିରାଶା ପ୍ରକାଶ କରିଥିଲେ।

୨୦୨୧ ମସିହାରେ, ସମାନ ଇଂଲଣ୍ଡ ମାଟିରେ ଖେଳାଯାଇଥିବା WTC ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ କେବଳ ଅଶ୍ୱିନ ଏକମାତ୍ର ପ୍ରଭାବଶାଳୀ ବୋଲର ବୋଲି ପ୍ରମାଣିତ ହୋଇଥିଲେ।ଏଥିସହ ସେ ଚାରିଟି ୱିକେଟ୍ ନେଇଥିଲେ। କିନ୍ତୁ ପରବର୍ତ୍ତୀ ଟେଷ୍ଟ ସିରିଜରେ ତତ୍କାଳୀନ ଅଧିନାୟକ ବିରାଟ କୋହଲି ତାଙ୍କୁ ସୁଯୋଗ ଦେଇନଥିଲେ। ସେଠାରୁ ବୋଧହୁଏ ତାଙ୍କ ମନରେ ସ୍ପଷ୍ଟ ହୋଇଥିଲା ଯେ ଦଳ ଚାରି ପେସର ଏବଂ ଜଣେ ସ୍ପିନରଙ୍କ ମାନସିକତା ସହିତ ଇଂଲଣ୍ଡ ଯିବେ। ସେଥିପାଇଁ ସେ ବୋଧହୁଏ ମ୍ୟାଚ୍ ଆରମ୍ଭ ପୂର୍ବରୁ ଜାଣିଥିଲେ ଯେ ସେ ହୁଏତ ଏହି ଫାଇନାଲ ମ୍ୟାଚ୍ ଖେଳି ପାରିବେ ନାହିଁ। ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏ ବିଷୟରେ ସମ୍ପୂର୍ଣ୍ଣ ଖୁଲାସା କହିଛନ୍ତି।

ଏହି ସାକ୍ଷାତକାରରେ ଅଶ୍ୱିନ୍ ଏହା କହିଛନ୍ତି ଯେ ମୁଁ ନିଶ୍ଚିତ ଏହି ଫାଇନାଲ୍ ମ୍ୟାଚ୍ ରେ ଖେଳିବାକୁ ଚାହୁଁଥିଲି। କାରଣ ଦଳକୁ ଏଠାକୁ ଆଣିବାରେ ମଧ୍ୟ ମୁଁ ସହଯୋଗ କରିଛି। ମୁଁ ମଧ୍ୟ ଶେଷ ଫାଇନାଲରେ ଚାରିଟି ୱିକେଟ୍ ନେଇଥିଲି। ୨୦୧୮-୧୯ ବର୍ଷ ଠାରୁ, ବିଦେଶରେ ମୋର ପ୍ରଦର୍ଶନ ମଧ୍ୟ ଭଲ ରହିଛି। ମୁଁ ଏହି ସମୟରେ ଖେଳି ପାରିଲି ନାହିଁ ଏବଂ ଆମେ ଟାଇଟଲ୍ ମଧ୍ୟ ପାଇ ପାରିଲୁ ନାହିଁ। ମୁଁ ଏହି ନିଷ୍ପତ୍ତି କୋଚ୍ ଏବଂ ଅଧିନାୟକଙ୍କ ଦୃଷ୍ଟିକୋଣରୁ ଦେଖୁଛି ଏବଂ ବୁଝିବାକୁ ଚେଷ୍ଟା କରୁଛି। ଯେତେବେଳେ ଆମେ ୨୦୨୧ ରେ ଇଂଲଣ୍ଡରେ ଥିଲୁ, ଦଳ ବୋଧହୁଏ ଏଠାରେ ନିଜର ନିଷ୍ପତ୍ତି ନେଇଥଲେ ଯେ କେବଳ ଚାରି ପେସର୍ ଏବଂ ଜଣେ ସ୍ପିନର ସଫଳ ହେବେ। ତେଣୁ ବୋଧହୁଏ ମ୍ୟାଚ୍ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ମୁଁ ଜାଣିଥିଲି ଯେ ମୁଁ ଖେଳିବାର ସୁଯୋଗ ପାଇବି ନାହିଁ।

Get real time updates directly on you device, subscribe now.