fbpx

ବିନା ପରୀକ୍ଷାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କରନ୍ତୁ ଚାକିରୀ, ଜାଣି ନିଅନ୍ତୁ ଯୋଗ୍ୟତା ଓ ଆବେଦନ ତାରିଖ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ କିଏ ବା ନ ଚାହେଁ । ପୁଣି ସେ ସରକାରୀ ବ୍ୟାଙ୍କ ହୋଇଥିଲେ ସାରା ଜୀବନ ଆରାମ । ଏଠି ଆମେ ଆଉ କେଉଁ ସରକାରୀ ବ୍ୟାଙ୍କର କଥା କହୁନୁ ଆମେ କହୁଛୁ ଦେଶର ନମ୍ବର ୧ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କଥା । ଏସବିଆରେ ପୁଣି ବିନା ପରୀକ୍ଷାରେ ଚାକିରି । ଯେଉଁଠି ପରୀକ୍ଷାର୍ଥୀ ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆଉ ବାରମ୍ବାର ପରୀକ୍ଷା ଦେଇ ଏସବିଆଇ ପରି ବ୍ୟାଙ୍କରେ ଚାକିରି ପାଉନି ସେଠି ବିନା ପରୀକ୍ଷାରେ ଚାକିରି ପାଇବା କଥା ଶୁଣିଲେ ଆପଣ ଆମକୁ ପାଗଳ ବୋଲି କହିବେ । କିନ୍ତୁ ଏହି ଖବର ସତ । ଏସବିଆଇ ରିଟାୟାର୍ଡ ବ୍ୟାଙ୍କ ଅଫିସର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି । ଏସବିଆଇର ଅଧିକାରିକ ୱେବସାଇଟ୍ ‘ଏସବିଆଇ ଡଟ୍ କୋ ଡଟ୍ ଇନ୍’ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ମୋଟ ୧୯୪ ପଦ ଲାଗି ପ୍ରାର୍ଥୀ ଆହ୍ନାନ କରାଯାଇଛି ଯେଉଁଥିରେ ୧୮୨ କାଉନସେଲର ଓ ୧୨ ଡାଇରେକ୍ଟର ପଦ ସାମିଲ ରହିଛି ।

ବିଜ୍ଞପ୍ତି ଅନୁସାରେ ୧୫ ଜୁନ୍ ୨୦୨୩ରୁ ପ୍ରାର୍ଥୀ ଏଥିପାଇଁ ଅନଲାଇନ୍ରେ ଆବେଦନ କରିପାରିବ । ଆବେଦନ କରିବାର ଶେଷ ତାରିଖ ରହିଛି ୬ ଜୁଲାଇ ।
ଯୋଗ୍ୟତା:
ପ୍ରାର୍ଥୀ କାଉନସେଲର ଓ ଡାଇରେକ୍ଟର ଭାବରେ ଲୋକଙ୍କୁ ଆର୍ଥିକ ସଂସ୍ଥା ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ କାଉନସେଲିଂ କରିପାରୁଥିବ । ଏହା ସହ ପ୍ରାର୍ଥୀଙ୍କର ସ୍ଥାନୀୟ ଭାଷାରେ ଜ୍ଞାନ ଥିବା ଉଚିତ । ପ୍ରାର୍ଥୀଙ୍କ ବୟସ ୬୦ରୁ ୬୩ ବର୍ଷ ମଧ୍ୟରେ ହୋଇଥିବା ଉଚିତ ।
ଚୟନ ପ୍ରକ୍ରିୟା:
ପ୍ରାପ୍ତ ଆବେଦନପତ୍ର ଆଧାରରେ ଆଶାୟୀ ପ୍ରାର୍ଥୀଙ୍କୁ ସର୍ଟ ଲିଷ୍ଟ କରାଯିବ । ଏହାପରେ ସର୍ଟ ଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ଲାଗି ଡକାଯିବ । ୧୦୦ ମାର୍କର ଇଣ୍ଟରଭ୍ୟୁ ହେବ । ଏଥିରେ ମିଳିଥିବା ମାର୍କ ଆଧାରରେ ଫାଇନାଲ୍ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ ।

Get real time updates directly on you device, subscribe now.