fbpx

ଫୋନ୍ ଛଡ଼ାଇନେଲା ସ୍ୱାମୀ, ରାଗରେ ଶୋଇଥିବା ସମୟରେ ସ୍ୱାମୀର ପ୍ରାଇଭେଟ୍ ପାର୍ଟରେ ଗରମ ତେଲ ଢାଳିଦେଲା ସ୍ତ୍ରୀ

ନୁଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିୟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପଡ଼ୋସୀ ସହିତ ଫୋନ୍‌ରେ କଥା ହେବାରୁ ଅଟକାଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ବ୍ୟକ୍ତି ଜଣଙ୍କର ସ୍ତ୍ରୀ ରାତିରେ ଶୋଇବା ସମୟରେ ସ୍ୱାମୀର ପ୍ରାଇବେଟ୍ ପାର୍ଟରେ ଗରମ ତେଲ ଢାଳି ଦେଇଛନ୍ତି । ଯେଉଁଥିରେ ଯୁବକଙ୍କର ଗୋଡ଼, ଜଂଘ ଏବଂ ଏହାର ଆଖପାଖ ଜଳିଯାଇଛି ।

ଏଭଳି ନାରକୀୟ କାଣ୍ଡ ଭିଆଇବା ପରେ ଧରାପଡ଼ିଯିବା ଭୟରେ ମହିଳା ଜଣକ ପେରାର୍ ହୋଇଯାଇଛନ୍ତି । ତେବେ ସ୍ତ୍ରୀର ଏପରି କାଣ୍ଡରେ ଦରମରା ହୋଇ ପିଡ଼ିତ ଯୁବକ ଜଣକ ଗ୍ୱାଲିୟର କମ୍ପୁ ଥାନା ଆସି ମାମଲା ରୁଜୁ କରିଛନ୍ତି । ଏହାପରେ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ପିଡ଼ିତ ଯୁବକଙ୍କ ନାମ ସୁନିଲ ଏବଂ ସ୍ତ୍ରୀଙ୍କ ନାମ ଭାବନା ଅଟେ । ପୋଲିସ ସୂଚନା ମୁତାବକ ଜୁନ୍ ୬ ତାରିଖରେ ଏହି ଘଟଣା ଘଟିଛି ।

Get real time updates directly on you device, subscribe now.