fbpx
BJD
BJD SKY
BJD SKY

ସିଗାରେଟ୍‌ ଟାଣୁଥିଲେ ହୋଇଯାଅ ସାବଧାନ! ନଚେତ ପିଲାଙ୍କ ଶୁକ୍ରାଣୁ ସଂଖ୍ୟା ହୋଇଯିବ କମ୍‌, ରିସର୍ଚ୍ଚରୁ ଖୁଲାସା

ନିଶାଦ୍ରବ୍ୟ ସେବନର ଭୟାବହତା ବିଷୟରେ ମାତ୍ରାଧିକ ସମସ୍ତେ ଜାଣିଥିଲେ ସୁଦ୍ଧା ଅନେକ ଏହାକୁ ନିଜର ଜୀବନଚର୍ଯ୍ୟାରେ ସାମିଲ କରିଥାନ୍ତି। ବିଶେଷକରି ପୁଅମାନେ ଏଥିପ୍ରତି ଆକୃଷ୍ଟ ହେବା ଦେଖାଯାଏ। ତେବେ ଯଦି ଆପଣ ସିଗାରେଟ୍‌ ପିଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ। କାରଣ ଏହା କେବଳ ପିଉଥିବା ବ୍ୟକ୍ତି ନୁହେଁ ବରଂ ସେମାନଙ୍କ ପିଲାଙ୍କ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।

ଯେଉଁ ମା’ ବାପା ସିଗାରେଟ ପିଇଥାନ୍ତି ସେମାନଙ୍କ ପିଲାଙ୍କ ଶୁକ୍ରାଣୁ ସଂଖ୍ୟା କମ୍‌ ହୋଇଥାଏ। ଏହା ୧୦ ପ୍ରତିଶତରୁ ଅଧିକ କମ୍‌ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି। ଗବେଷକ ଡେନିଶ କରିଥିବା ଏହି ଗବେଷଣା ଅନୁଯାୟୀ, ମହିଳାମାନେ ସିଗାରେଟ ପିଇଲେ ସେମାନଙ୍କ ପିଲାଙ୍କ ଶୁକ୍ରାଣୁ ୪୬ ପ୍ରତିଶତରୁ ତଳକୁ ଖସିଥାଏ। ଛୁଆ ଜନ୍ମ ହେବା ପୂର୍ବରୁ ବାପା ସିଗାରେଟ ପିଉଥିଲେ, ତାଙ୍କ ଛୁଆଙ୍କ ଶୁକ୍ରାଣୁ ୮ ପ୍ରତିଶତ କମ୍‌ ହୋଇଥାଏ।

ଏଥିରେ ଗର୍ଭବତୀ ମହିଳାମାନଙ୍କ ପାଇଁ ସିଗାରେଟକୁ ସବୁଠୁ କ୍ଷତିକାରକ ବୋଲି କୁହାଯାଇଛି। ଗର୍ଭବତୀ ମହିଳା ଯଦି ସିଗାରେଟ ପିଇଥାନ୍ତି ତେବେ ସେମାନଙ୍କ ଶିଶୁ କମ୍‌ ଓଜନ ହେବା ସହିତ ମଧୁମେହରେ ଆକ୍ରାନ୍ତ ହୋଇଥାନ୍ତି। ଏସବୁ ସମସ୍ୟା ଯୋଗୁ ଗର୍ଭବତୀ ଥିବା ସମୟରେ ମହିଳାମାନେ ସିଗାରେଟ୍‌ ଟାଣିବାକୁ ବନ୍ଦ କରିଦେବା ଉଚିତ। ସେହିପରି ପୁରୁଷମାନେ ମଧ୍ୟ ସତର୍କତା ଅବଲମ୍ବନ କରିବା ଦରକାର।

Get real time updates directly on you device, subscribe now.