fbpx

ରିସର୍ଚ୍ଚରୁ ବଡ ଖୁଲାସା: ପ୍ରତ୍ୟେକ ଦିନ ଅଣ୍ଡା ଖାଇବା ଦ୍ୱାରା ହୋଇଥାଏ ହାର୍ଟ ଆଟାକ୍

Advertisement

ନୂଆଦିଲ୍ଲୀ: ଆଜିକାଲି ହୃଦଘାତ ଜନିତ ମୃତ୍ୟୁ ମାମଲା ଦ୍ରୁତ ଦତିରେ ବୃଦ୍ଧି ପାଇବାର ଲାଗିଛି । ଫଳରେ ବୟସ୍କ ଲୋକଙ୍କ ଠାରୁ ଆରମ୍ଭ କରି ଯୁବକ ଯୁପବତୀମାନେ ସମସ୍ତେ ଏହାର ଶିକାର ହେଉଛନ୍ତି । ଯାହାର କାରଣ ଜାଣିବା ପାଇଁ ବିଶେଷଜ୍ଞମାନେ ସେମାନଙ୍କ ରିସର୍ଚ୍ଚ ଜାରୀ ରଖିଛନ୍ତି । ଏଥିସହିତ ଏହି ହୃଦଘାତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ମଧ୍ୟ ସେମାନେ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରତ୍ୟେକ ଦିନ ଅଣ୍ଡା ଖାଇବା ଦ୍ୱାରା ଏହା ହୃଦଘାତ ସମସ୍ୟାକୁ ବଢାଇ ଦେଇଥାଏ । ଫଳରେ ଖୁବ୍ କମ ବୟସରୁ ହୃଦଘାତ ହେବାର ସମ୍ଭାବନା ରହିଥାଏ । ତେବେ ଏହାକୁ ନୋଇ ହୋଇଥିବା ରିସର୍ଚ୍ଚରୁ ଏହା ଜଣା ପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଣ୍ଡା ଏବଂ ମାଂସରେ ପ୍ରୋଟିନ୍ ବେଂ ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହାକି ଶରୀରରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ । କିନ୍ତୁ ଏଥିରେ କୋଲେଷ୍ଟ୍ରଲର ପରିମାଣ ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ । ଫଳେରେ ଏହା ଶରୀରରେ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ରିସର୍ଚ୍ଚରୁ ଏହା ଜଣା ପଡିଛି ହୃଦଘାତ ସହତ ଅଣ୍ଡାର ସମ୍ପର୍କ ରହିଛି ।

ତେବେ ହେଲ୍ଥଲାଇନ୍ ରିପୋର୍ଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଅଣ୍ଡା ଖଇିବା ଦ୍ୱାରା ଏହା କୋଲେଷ୍ଟ୍ରଲ ଏବଂ ହୃଦଘାତ ସମସ୍ୟା ବଢାଇ ନଥାଏ କିନ୍ତି ଏହାଠାରୁ ଅଧିକ ଅଣ୍ଡା ସେବନ କରିବା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ । ଏଥିସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନ ଏହା ମଧ୍ୟ କହିଛନ୍ତି ଯେ ଅଣ୍ଡାରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ରହିଥାଏ ତେଣୁ ହୃଦଘାତ ଜନିଜ ସମସ୍ୟାରେ ପିଡିତ ଥିବା ବ୍ୟକ୍ତିମାନେ ଅଣ୍ଡା ସେବନ କରିବା ଉଚିତ୍ ନୁହେଁ ।

Get real time updates directly on you device, subscribe now.