ଦିଶିଲା ଇଦ ଚାନ୍ଦ, କାଲି ସାରା ଦେଶରେ ପାଳନ ହେବ ଇଦ-ଉଲ-ଫିତର ପର୍ବ

ଆସନ୍ତାକାଲି ପାଳନ କରାଯିବ ଇଦ ଉଲ-ଫିତର ପର୍ବ

ନୂଆଦିଲ୍ଲୀ: ରବିବାର ଦିନ ଇଦର ଚାନ୍ଦ ଆକାଶରେ ନଜର ଆସିଛି। ଏହାପରେ ମୌଲାନା ଘୋଷଣା କରିଛନ୍ତି ଯେ, ସୋମବାର ଦିନ ସାରା ଦେଶରେ ଇଦ ଉଲ-ଫିତରର ପର୍ବ ପାଳନ କରାଯିବ।

ମୌଲାନା ଖାଲିଦ ରଶିଦ କହିଛନ୍ତି ଯେ, ୩୦ ମାର୍ଚ୍ଚରେ ଇଦର ଚାନ୍ଦ ନଜର ଆସିଛି। ଏଥିପାଇଁ ୩୧ ମାର୍ଚ୍ଚରେ ସାରା ଦେଶରେ ଇଦର ପର୍ବ ପାଳନ ହେବ। ଦିଲ୍ଲୀର ଜାମା ମସଜିଦରେ ସକାଳ ୬ଟା ୪୫ ମିନିଟରେ ନମାଜ ପଢାଯିବ। ସେହିପରି ଲକ୍ଷ୍ନୌରେ ସକାଳ ୧୦ଟାରେ ଇଦଗାହରେ ନମାଜ ପଡାଯିବ।

ଇଦ ପୂର୍ବରୁ ଚଳଚଞ୍ଚଳ ହୋଇଛି ବଜାର। ରୋଜା ରଖିଥିବା ଲୋକେ ଇଫତାର ପରେ ଚାନ୍ଦ ଦେଖି ପରସ୍ପରକୁ ଇଦର ଅଭିନନ୍ଦନ ଜଣାଇଛନ୍ତି। ଚାନ୍ଦ ଦେଖିବା ପରେ ସମସ୍ତେ ସମସ୍ତଙ୍କୁ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକ କହିଛନ୍ତି।