fbpx

ବନ୍ଦ ହେଲା ଆଇଫିଲ ଟାୱାର: ଜାଣନ୍ତୁ କେଉଁ କାରଣରୁ କର୍ମଚାରୀମାନେ ନେଲେ ଏପରି ପଦକ୍ଷେପ

ନୂଆଦିଲ୍ଲୀ: ଦୁନିଆର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀମାନଙ୍କ ମଧ୍ୟରେ ଆଇଫିଲ ଟାୱାର ସାରା ବିଶ୍ୱରେ ପ୍ରସିଦ୍ଧ । ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ପର୍ଯ୍ୟଟକ ଆସିଥାନ୍ତି । ଏହାକୁ ଦମ୍ପତ୍ତିମାନଙ୍କର ସବୁଠାରୁ ପ୍ରିୟ ପର୍ଯ୍ୟଟନ ସ୍ଥାନ ଭାବରେ ବିବେଚନା କରାଯାଇଥାଏ । ତେବେ ଶୀତ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବେଶ ବଢ଼ିଯାଇଥାଏ । କିନ୍ତୁ ଏପରି ସମୟରେ ଆଇଫିଲ ଟାୱାର ବନ୍ଦ ରହିବା ଦ୍ୱାରା ପର୍ଯ୍ୟଟକମାନଙ୍କ ମଧ୍ୟରେ ନିରାଶା ଭରିଯାଇଛି ।

ତେବେ ଏହା ବନ୍ଦ ରହିବାର କାରଣ ଏହାର କର୍ମଚାରୀମାନଙ୍କର ଧର୍ମଘଟ ବୋଲି ଜଣାପଡ଼ିଛି । ତେବେ ସେମାନେ ଧର୍ମଘଟ କରିବା ଦ୍ୱାରା ଏହାକୁ ବନ୍ଦ କରିଦେଇଛନ୍ତି । ତେବେ କର୍ମଚାରୀମାନଙ୍କର ଏହି ଧର୍ମଘଟର କାରଣ ମଧ୍ୟ ସାମ୍ନାକୁ ଆସିଛି । ଜେନେରାଲ କନଫେଡେରେଶନ ଅଫ ଲେବର ସଂଗଠନ କହିଛନ୍ତି ଯେ- ଏହି ଟାୱାର ତିଆରି କରିଥିବା ମୁଖ୍ୟ ଇଞ୍ଜିନିୟର ‘ଗୁସ୍ତାବ ଏଫିଲ’ଙ୍କର ମୃତ୍ୟୁର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ ଦାବି କରି ଏହି ଧାରଣା ଦେଇଥିବା ଜଣାପଡ଼ିଛି । ଏହା ସହିତ ସେମାନେ ଆଇଫିଲର ଟାୱାରର ବର୍ତ୍ତମାନ ଦେଖାଶୁଣା କରାଯାଉଥିବା ପଦ୍ଧତିକୁ ନେଇ ମଧ୍ୟ ଅସନ୍ତୁଷ୍ଟ ଥିବା ଏହି ଧାରଣାରେ ଦାବି ଉପସ୍ଥାପନ କରିଛନ୍ତି ।

ଏହା ଛଡ଼ା ଆଇଫିଲ ଟାୱାରର ଗଠନ ଏପରି ଉପାୟରେ କରାଯାଇଛି ଯାହା ବେଶ ଅସ୍ଥିର ଏବଂ ମହତ୍ତ୍ୱାକାଂକ୍ଷୀ ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଧର୍ମଘଟ ପାଇଁ କର୍ମଚାରୀମାନେ ପର୍ଯ୍ୟଟକଙ୍କଠାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଐହା ସହିତ ଇ-ଟିକେଟ କରିଥିବା ପର୍ଯ୍ୟଟକମାନଙ୍କୁ ଟିକେଟ ବୁକିଂ ବାବଦରେ ଅଧିକ ଜାଣିବା ପାଇଁ ନିଜର ଇମେଲ ଯାଞ୍ଚ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ସୂଚନାଯୋଗ୍ୟ, ଏଫିଲ ଟାୱାରକୁ ପ୍ରତି ବର୍ଷ ପ୍ରାୟ ୭୦ ଲକ୍ଷ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ତେବେ ସେମାନଙ୍କ ମଧ୍ୟରେ ପ୍ରାୟ ତିନି-ଚତୁର୍ଥାଂଶ ବିଦେଶୀ ପର୍ଯ୍ୟଟକ ରହିଥାଆନ୍ତି । ତେବେ କରୋନା ମହାମାରୀ ସମୟରେ ଯାତାୟାତରେ ପ୍ରତିବନ୍ଧ କାରଣରୁ ପର୍ଯ୍ୟଟକଙ୍କ ସଂଖ୍ୟା ବେଶ କମିଯାଇଥିଲା । କିନ୍ତୁ ୨୦୨୨ ମସିହାରେ ଏହା ପୁଣି ବଢ଼ ପୁଣି ୫୦ ଲକ୍ଷରେ ପହଞ୍ଚିଥିଲା ।

Get real time updates directly on you device, subscribe now.