fbpx

ସମୁଦ୍ର କୂଳରେ ସେଲଫି ମଜା ନେଉନେଉ ହଠାତ୍ ମାଡ଼ି ଆସିଲା ଏକ ବିଶାଳକାୟ ଲହରୀ: ଭାସିଗଲେ ଗୋଟିଏ ପରିବାରର ୮ ଜଣ ଲୋକ, ଦେଖନ୍ତୁ Video

ନୂଆଦିଲ୍ଲୀ: ଅନେକ ସମୟରେ ଖୁସି ବିପଦର କାରଣ ସାଜିଥାଏ । ବେଳେବେଳେ ମଜା କରୁକରୁ ଆମେ ଠିକ୍ ଭୁଲର ହିସାବ କରିବାକୁ ଭୁଲିଯାଇଥାଉ । ଫଳରେ ଅକାଳରେ ଅନେକଙ୍କର ଜୀବନ ମଧ୍ୟ ଚାଲିଯାଇଥାଏ । ତେବେ ସମୁଦ୍ର କୂଳରେ ସେଲଫି ନେବାର ମଜା ମହଙ୍ଗା ପଡ଼ିଛି । ସେଲଫି ନେଉ ନେଉ ସମୁଦ୍ର ଲହରୀରେ ଭାସିଯାଇଛନ୍ତି ୮ ଜଣ ଲୋକ ।

ସୁରକ୍ଷା ବ୍ୟାରିକେଡକୁ ଉଲ୍ଲଂଘନ କରି କିଛି ଲୋକ ସମୁଦ୍ର ବେଳାଭୂମିରେ ମଜା କରୁଥିଲେ । ତେବେ ଏହି ସମୟରେ ହଠାତ୍ ଏକ ବଡ଼ ଲହରୀ ମାଡ଼ି ଆସିଥିଲା । ତେବେ ଭାସିଯାଇଥିବା ସମସ୍ତ ଲୋକ ଗୋଟିଏ ପରିବାରର ବୋଲି କୁହାଯାଉଛି । ତେବେ ଏହି ଘଟଣା ପରେ ସମଗ୍ର ବେଳାଭୂମିରେ ହାହାକାର ଭରି ଯାଇଥିଲା । ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଘଟଣାଟି ଓମାନର ବୋଲି କୁହାଯାଉଛି । ସେଠାକର ଅଲ ମୁଘସାଇଲ ବେଳାଭୂମିରେ କିଛି ଲୋକ ସୁରକ୍ଷା ବ୍ୟାରିକେଡକୁ ପାର କରି ସମୁଦ୍ର ନିକଟରେ ମଜା ନେଉଥିଲେ । ତେବେ ଦ୍ରୁତ ଲହରୀ ମାଡ଼ିଆସିବା ସେମାନଙ୍କ ପାଇଁ କାଳ ସାଜିଥିଲା । ଲହରୀରେ ଫସିଥିବା କିଛି ଲୋକଙ୍କୁ ଅନ୍ୟମାନେ ଉଦ୍ଧାର କରିବାକୁ ପ୍ରୟାସ କରୁଥିବା ଭିଡିଓରେ ଦେଖାଯାଉଛି । ତେବେ ପରେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ନିଖୋଜ ଲୋକମାନେ ଭାରତୀୟ ପରିବାରର ବୋଲି କୁହାଯାଉଥିଲେ ଏନେଇ ସାର୍ବଜନୀନ କରାଯାଇନାହିଁ ।

Get real time updates directly on you device, subscribe now.