fbpx

ଦୁର୍ଲ୍ଲଭ ମାମଲା: ୨୧ ଦିନର ଶିଶୁକନ୍ୟାର ପେଟରୁ ବାହାରିଲା ୮ଟି ଅବିକଶିତ ଭ୍ରୁଣ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ କିଛି ଅଜବ ପ୍ରକାରର ମାମଲା ଦେଖିବାକୁ ମିଳିଥାଏ । କେତେବେଳେ ଜଣେ ୬୦ ବର୍ଷୀୟା ମହିଳା ଛୁଆ ଜନ୍ମ କରୁଛି ତ ଆଉ କେତେବେଳେ ଜଣେ ପୁରୁଷ ମଧ୍ୟ ଗର୍ଭଧାରଣ କରୁଥିବାର ଖବର ମିଳୁଛି । ତେବେ ଏପରି ମାମଲା ସବୁ ବିରଳ ହୋଇଥାଏ । ନିକଟରେ ଏଭଳି ଏକ ମାମଲା ଝାଡ଼ଖଣ୍ଡରୁ ଆସିଛି ।

ସୂଚନା ମୁତାବକ, ଗୋଟିଏ ୨୧ ଦିନର ଶିଶୁକନ୍ୟାର ପେଟରୁ ଆଠଟି ଅବିକଶିତ ଭ୍ରୁଣ ମିଳିଛି । ଏହି ଭ୍ରୁଣକୁ ଦେଖିବା ପରେ ଡାକ୍ତରମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । ମାମଲାଟି ରାଞ୍ଚିର ରାନୀ ଚିଲଡ୍ରେନ ହସ୍ପିଟାଲରୁ ଆସିଛି । ଏଭଳି ମାମଲା ଦୁର୍ଲ୍ଲଭ ସ୍ଥିତିରେ ଘଟିଥାଏ ବୋଲି ଡାକ୍ତର କହିଛନ୍ତି । ଭାରତରେ ବର୍ତ୍ତମାନ ସୁଦ୍ଧା ଏପରି ୧୦ଟି ମାମଲା ସାମ୍ନାକୁ ଆସିଛି । ଏବେ ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା କୁହାଯାଉଛି ।

ଜଣେ ମହିଳା ଗତ ଅକ୍ଟୋବର ମାସ ୧୦ ତାରିଖରେ ଏକ ଘରୋଇ ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁ ପେଟରେ ଏକ ଟ୍ୟୁମର ରହିଥିବା ସିଟି ସ୍କାନ କରିବା ପରେ ଜଣାପଡ଼ିଥିଲା । ତେଣୁ ଡାକ୍ତର ଶିଶୁକୁ ରାଞ୍ଚି ପଠାଇ ଦେଇଥିଲେ । ଏହି ମାମଲା ‘ଫିଟସ ଇନ ଫିଟୁ’ର ବୋଲି ହସ୍ପିଟାଲର ଡାକ୍ତର କହିଛନ୍ତି । ବିରଳ ସ୍ଥିତିରେ ୧୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ ଏହି ସ୍ଥିତି ଦେଖିବାକୁ ମିଳିଥାଏ ବୋଲି କୁହାଯାଉଛି । ଯେତେବେଳେ ଗର୍ଭରେ ୧ରୁ ଅଧିକ ଶିଶୁ ବଢ଼ୁଥାନ୍ତି, ସେ ସମୟରେ ଭ୍ରୁଣର ବିକାଶ ସମୟରେ ସେଲସ ଶିଶୁର ଭିତରକୁ ଚାଲିଯାଇଥାନ୍ତି । ସେହି ଭ୍ରୁଣ ଶିଶୁର ଶରୀର ମଧ୍ୟରେ ବିକଶିତ ହେବାକୁ ଲାଗିଥାଏ ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.