fbpx

ଅବିଶ୍ୱସନୀୟ ଘଟଣା: ୮ ବର୍ଷର ବାଳକ ବରଫ ଖାଇ ଦୁଇ ଦିନ ଧରି କେମିତି ବଞ୍ଚିଲା

ନୂଆଦିଲ୍ଲୀ: ଏ ଦୁନିଆରେ ଅନେକ ସମୟରେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ ଯେ ତାହାକୁ କେହି ସହଜରେ ବିଶ୍ୱାସ କରନ୍ତି ନାହିଁ । ତେବେ ଏହା ମଧ୍ୟରେ ଏପରି ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ୮ ବର୍ଷର ଗୋଟିଏ ବାଳକ ଦୁଇ ଦିନ ଧରି ବରଫ ଖାଇ ବଞ୍ଚିପାରିଛି । କେବଳ ଏତିକି ନୁହେଁ, ପିଲାଟି ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ କେମିତି ଯେ ଜୀବନ ବିତାଇଲା ତାହା ଶୁଣିବା ବେଳକୁ ମୁଣ୍ଡ ଘୂରାଇ ଦେଉଛି ।

ସୂଚନା ମୁତାବକ, ଆମେରିକାରୁ ଏଭଳି ଏକ ହୃଦୟ ଥରାଇଦେବା ଭଳି ଖବର ଆସିଛି । ୧୦ ଡିଗ୍ରୀ ଥଣ୍ଡାରେ ଯେଉଁଠି ମଣିଷର ଅବସ୍ଥା ଅସମ୍ଭାଳ ହୋଇ ପଡ଼ୁଛି ସେ ସମୟରେ ଗୋଟିଏ ଛୋଟ ପିଲା -୨୦ ଡିଗ୍ରୀ ତାପମାତ୍ରାରେ କିପରି ରହିପାରିଲା ତାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ସବୁଠାରୁ ବଡ଼ କଥା ହେଉଛି ଏହି ପିଲାଟିର ସାହସକୁ ଏବେ ସମସ୍ତେ ସାଲୁଟ୍ କରୁଛନ୍ତି । ଏତେ ଥଣ୍ଡା ଦେହ ହୁଏତ ସହ୍ୟ କରିପାରେ, ମାତ୍ର ମନ ସ୍ଥିର ନ ରହିଲେ ଜଣେ କେବେ ବି ବଞ୍ଚି ପାରିବ ନାହିଁ ।

ତେବେ ପିଲାଟି କେବଳ ଗୋଟିଏ ବୁଲେନ ଟି ଶାର୍ଟ ପିନ୍ଧି ନିଜକୁ ଅସହ୍ୟ ଥଣ୍ଡାରୁ ରକ୍ଷା କରିବାରେ ସକ୍ଷମ ହୋଇ ପାରିଥିଲା । ଆମେରିକାର ୱିସ୍କୋନସିନରେ ଏହି ଘଟଣା ଦେଖିବାକୁ ମିଳିଛି । ଏହି ପିଲାଟିର ନାମ ନାଣ୍ଟେ ନୀମୀ ବୋଲି ଜଣପାଡ଼ିଛି । ନାଣ୍ଟେ ନିଜର ପରିବାର ସହିତ କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲା । ମାତ୍ର ଏହି ସମୟରେ ସେ ରାସ୍ତା ଭୁଲି ଯାଇଥିଲା । ସେ ନିଜ ପରିଜନଙ୍କୁ ଖୋଜି ଖୋଜି ଅନ୍ୟ ଏକ ସ୍ଥାନରେ ପହଞ୍ଚି ଯାଇଥିଲା ।

ଏହାପରେ ନାଣ୍ଟେ ଗଛର ପତ୍ର ସହାୟତାରେ ଏକ ଝୁମ୍ପୁଡ଼ି ତିଆରି କରିବା ସହିତ କମ୍ବଳ ମଧ୍ୟ ତିଆରି କରିଥିଲା । ଏହି ସମୟ ମଧ୍ୟରେ ସେ କେବଳ ବରଫ ଖାଉଥିଲା । ତେବେ ନାଣ୍ଟେ ବିଷୟରେ ଖବର ମିଳିବା ପରେ ତାଙ୍କୁ ବଞ୍ଚାଇବା ପାଇଁ ୧୫୦ରୁ ଅଧିକ ସୁରକ୍ଷା କର୍ମୀ ରେସକ୍ୟୁ ଅଭିଯାନ ଆରମ୍ଭ କରିଦେଇଥିଲେ । ନାଣ୍ଟେର ସନ୍ଧାନ ପାଇଁ ହେଲିକପ୍ଟର ସହାୟତାରେ ଜଙ୍ଗଲର କୋଣ ଅନୁକୋଣରେ ସନ୍ଧାନ ଆରମ୍ଭ ହୋଇଥିଲା । ଶେଷରେ ନାଣ୍ଟେ ଏକ ଗଛ ମୂଳେ ବସିଥିବା ଦେଖଯାଇଥିଲା । ଏହାପରେ ତାକୁ ହେଲିକପ୍ଟ ଯୋଗେ ଉଦ୍ଧାର କରାଯାଇ ସୁରକ୍ଷିତ ଅବସ୍ଥାରେ ତା’ ପରିବାରକୁ ଦିଆଯାଇଥିଲ ।

Get real time updates directly on you device, subscribe now.