ଘର ମାଲିକାନା ଲୋଭ, ରାସ୍ତାରେ ସାନ ଭାଇକୁ ଗୋଡ଼େଇ ଗୋଡ଼େଇ ହାଣିଲା ବଡ଼ ଭାଇ

ଘର ମାଲିକାନା ନିଜ ନାଁରେ କରିବାର ନିଶା। ସାନ ଭାଇକୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଲା ବଡ଼ ଭାଇ। ଲୋକ ଅଟକାଇବାରୁ ତାଙ୍କୁ ବି କଲା ମରଣାନ୍ତକ ଆକ୍ରମଣ। ସେପଟେ ଅଭିଯୁକ୍ତକୁ ନେବାବେଳେ ପୋଲିସକୁ ମାଡ଼ ମାରିଲେ ପିସିଆର ଭ୍ୟାନ ଭାଙ୍ଗିଦେଲେ ଉତ୍ୟକ୍ତ ଲୋକେ।

 ଭୁବନେଶ୍ୱର: ମୁଣ୍ଡରେ ଶବାର ହୋଇଥିଲା ଘର ମାଲିକାନାର ନିଶା। ଆଉ ଘର ମାଲିକାନାରେ ବଡ଼ ଭାଇ ରାସ୍ତାରେ କଣ୍ଟା ସାଜିଥିଲା ସାନ ଭାଇ। ଶେଷରେ ସାନ ଭାଇକୁ ରାସ୍ତାରୁ ହଟାଇ ଦେବା ପାଇଁ ଚିନ୍ତା କଲା ବଡ଼ ଭାଇ। ଆଉ କିଛି ବୁଝି ନ ବିଚାରି।

ମାଲିକାନା ଲୋଭରେ ରାସ୍ତାରେ ଗୋଡେଇ ଗୋଡେଇ ସାନ ଭାଇ ଅଶୋକ ମହାରଣାକୁ ହାଣିଥିଲା ବଡ଼ ଭାଇ ସୂର୍ଯ୍ୟ ମହାରଣା। ଆଉ ଅଶୋକଙ୍କୁ ବଞ୍ଚାଇବାକୁ ଆସିଥିବା ପଡ଼ୋଶୀଙ୍କୁ ବି ମରଣାନ୍ତକ ଆକ୍ରମଣ କରିଥିଲେ ସୂର୍ଯ୍ୟ।

ମାଲିକାନା ପାଇଁ ହାଣିଲେ: ତେବେ ଏପରି ଏକ ଚାଞ୍ଚଲ୍ୟ ଘଟଣା କୌଣସି ବାହାର ରାଜ୍ୟରେ ଘଟିନାହିଁ। ବରଂ ଆମ ଓଡ଼ିଶାରେ ଆଉ ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଘଟିଛି। ବଡ଼ ଭାଇର ଖଣ୍ଡା ଚୋଟ ସାନ ଭାଇର ହାତକୁ ହାଣି ଦେଇଛି। ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଭରତପୁରରେ ଥିବା ଏକ ଘରକୁ ହାତେଇବାକୁ ନେଇ ବହୁ ଦିନରୁ ଦୁଇ ଭାଇଙ୍କ ଭିତରେ ଗଣ୍ଡଗୋଳ ଲାଗି ରହିଥିଲା। ଗତ ସନ୍ଧ୍ୟାରେ ଏହା ତୀବ୍ର ରୂପ ନେଇଥିଲା। ଆକ୍ରମଣ ପରେ ଅଭିଯୁକ୍ତ ଗୋଟିଏ ଘରେ ଲୁଚି ରହିଥିଲେ। ଆଉ ତାକୁ ଜଗି ରହିଥିଲେ ସ୍ଥାନୀୟ ଲୋକ।

ପୋଲିସ ଉପରେ ଆକ୍ରମଣ: ଆଉ ଘଟଣା ସମ୍ପର୍କରେ ଭରତପୁର ପୋଲିସ ଖବର ପାଇଁ ଦୁର୍ଘଟଣା ଘଟିଛିବା ସ୍ଥାନରେ ପହଞ୍ଚିଥିଲା। ଆଉ ପୋଲିସ ପହଞ୍ଚି ଅଭିଯୁକ୍ତକୁ ନେବା ବେଳେ ଉତ୍ୟକ୍ତ ଲୋକ ତାଙ୍କୁ ନିସ୍ତୁକ ପିଟିବା ସହ ପିସିଆର୍ ଭ୍ୟାନ ବି ଭାଙ୍ଗିଥିଲେ। ଏହି ଘଟଣାରେ ଅଧିକ ଖୋଳତାଡ କରୁଛି ଭରତପୁର ଥାନା ପୋଲିସ।