fbpx

ଛୋଟ ଭଉଣୀକୁ କରାଇଲା ନିଶାର ଅଭ୍ୟାସ: ତା’ପରେ ଦେହ ବେପାର, ଆଉ ଏବେ..

Advertisement

ଏମପି,୨୧ ।୧୨: ମଧ୍ୟପ୍ରଦେଶର ଭୋପାଳରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ବଡ ଭଉଣୀ ନିଜର ୧୫ ବର୍ଷର ସାନ ଭଉଣୀକୁ ମଦ ପରି ନିଶାର ଅଭ୍ୟାସ କରାଇବା ପରେ ଦେହ ବେପାର ଭଳି ନର୍କ ଜୀବନକୁ ଠେଲିଦେଇଛି । କିନ୍ତୁ ଏବେ ତାର ସବୁ ଖେଳର ପର୍ଦ୍ଦାଫାସ ହୋଇଛି ।

ତେବେ ଭୋପାଳରେ ସାମ୍ନାକୁ ଆସିଥିବା ଏହି ଘଟଣାରେ ପୀଡିତାଙ୍କ ମା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଲେଖା ଅଛି ଯେ, ବଡ ଭଉଣୀ ଟଙ୍କା ପାଇଁ ନିଜର ସାନ ଭଉଣୀକୁ ଦେହ ବେପାରରେ ଲଗାଇଛି । ଏହାରି ମଧ୍ୟରେ ସାନ ଭଉଣୀକୁ ୫ ଜଣ ଅଲଗା ଅଲଗା ପୁରୁଷଙ୍କ ପାଖକୁ ପଠାଯାଇଛି ।

ସହରର ଗାନ୍ଧୀନଗର ପୋଲିସ ଷ୍ଟେସନରେ ଥିବା ଏସଏଚଓ ଅନୁସାରେ, ସାନ ଭଉଣୀକୁ ଏକ ଏନଜିଓ ନିକଟକୁ ଡ୍ରଗ୍ସ ଛଡାଇବା ପାଇଁ ପରିବାର ଲୋକେ ପଠାଇଥିଲେ । କିନ୍ତୁ ସାନ ଭଉଣୀ ପ୍ରତି ହୋଇଥିବା ଅତ୍ୟାଚାର ବିଷୟରେ ସେଠାରେ ଏନଜିଓକୁ ଜଣାପଡିଥିଲା । ପରେ ଏହି ମାମଲା ପରିବାରରେ ପହଞ୍ଚିଥିଲା । ପୋଲିସ ଏବେ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି । ରେପ୍ ଓ ଗଣଦୁଷ୍କର୍ମ ସହ ଜଡିତ ଏକ ମାମଲା ରୁଜୁ ହୋଇଛି ।

 

ପୀଡିତା ଜଣକ ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି ଯେ, ଯେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା ସେବେ ବଡ ଭଉଣୀ ଗଞ୍ଜେଇ ଦେଇଥିଲା । ଏହା ପରେ ବଡ ଭଉଣୀ ତାଙ୍କୁ ଇନ୍ଦୋର ନେଇଥିଲା ।ସେଠାରେ ଜଣେ ବ୍ୟକ୍ତି ସାନ ଭଉଣୀକୁ ବଳତ୍କାର କରିଥିଲା, ଯେଉଁଥି ପାଇଁ ବଡ ଭଉରୀକୁ ୨ ହଜାର ଟଙ୍କା ମିଳିଥିଲା ।

ବର୍ତ୍ତମାନ ସୁଦ୍ଧା ପୋଲିସ ବୟାନ ମୁତାବକ ୬ ଜଣଙ୍କୁ ଗିରଫ କରିସାରିଛି । ଯେଉଁଥିରେ ପୀଡିତାଙ୍କ ବଡ ଭଉଣୀ ଓ ରେପ୍ କରିଥିବା ୫ ଜଣ ସାମିଲ ଅଛନ୍ତି । ପୀଡିତାଙ୍କୁ ବର୍ତ୍ତମାନ ସମୟରେ ପରିବାରକୁ ହସ୍ତାନ୍ତର କରିବା ସହ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ନ୍ୟାୟିକ ହେପାଜତକୁ ନିଆଯାଇଛି ।

Get real time updates directly on you device, subscribe now.